ରାସ୍ତା ତଳକୁ ଖସିପଡ଼ିଲା କଂକ୍ରିଟ ମିକ୍ସଚର ମେସିନ୍: ୪ ଜଣଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ

ରାସ୍ତା ତଳକୁ ଖସିପଡ଼ିଲା କଂକ୍ରିଟ ମିକ୍ସଚର ମେସିନ୍: ୪ ଜଣଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ

ରଘୁନାଥପୁର: ରାସ୍ତାରେ ଘଟିଲା ଦୁର୍ଘଟଣା। ଦେବଦୂତ ସାଜିଲେ ଅଗ୍ନିଶମ ବାହିନୀ। ପାରାଦୀପରୁ ରଘୁନାଥପୁର ଆସୁଥିବା ଏକ କଂକ୍ରିଟ ମିକ୍ସଚର ମେସିନ୍ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡ଼ିଥିଲା। ଗାଡ଼ି ତଳେ ରହିଯାଇଥିଲେ ୪ ଜଣ ଲୋକ। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଗ୍ନିଶମ ବାହିନୀ ୩ ଜଣଙ୍କୁ ଉଦ୍ଧାର କରିଥିବାବେଳେ ଅନ୍ୟ ଜଣେ ଗାଡ଼ି ତଳେ ଚାପି ହୋଇ ରହିଥିଲେ।

ତେବେ ଉଦ୍ଧାରକାରୀ ଦଳ ଅତ୍ୟାଧୁନିକ ଯନ୍ତ୍ରପାତି ସାହାଯ୍ୟରେ ବ୍ୟକ୍ତି ଜଣଙ୍କୁ ଉଦ୍ଧାର କରିବାରେ ଲାଗିପଡ଼ିଥିଲେ। ଉଦ୍ଧାର ବ୍ୟକ୍ତିଙ୍କୁ ପ୍ରଥମେ ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ପରବର୍ତ୍ତୀ ସମୟରେ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe