ଦୁର୍ଘଟଣାରେ ଷଣ୍ଢ ଗୁରୁତର:ରାସ୍ତାରୋକ ଓ ଚାନ୍ଦା ଆଦାୟ କରୁଥିବା ୩ ଅଟକ

ଅବକାରୀ ଚଢ଼ଉ, ୪ ଗିରଫ

ଗୋପାଳପୁର: ରଘୁନାଥପୁର ଥାନା ନିକଟସ୍ଥ ବିଜୁ ପଟ୍ଟନାୟକ ଛକଠାରେ ଆଜି ଭୋର ସମୟରେ ଟ୍ରକ୍‌ ଦୁର୍ଘଟଣାରେ ଏକ ଷଣ୍ଢ ଗୁରୁତର ଆହତ ହୋଇଛି। କେତେଜଣ ଯୁବକ ବାଇକ୍‌କୁ ଆଡ଼ ପକାଇ ରାସ୍ତାରୋକ କରିବା ସହ ଷଣ୍ଢର ଚିକିତ୍ସା କରାଯିବ କହି ଚାନ୍ଦା ଆଦାୟ କରିବାରୁ ପୁଲିସ ବାଇକ୍‌ ସହ ୩ଜଣ ଯୁବକଙ୍କୁ ଥାନାରେ ଅଟକ ରଖିଛି। ଏହାକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।  ଖବର ମୁତାବକ, ପାରାଦୀପରୁ କଟକ ଅଭିମୁଖେ ଯାଉଥିବା ଏକ ଟ୍ରକ ଆଜି ଭୋର୍‌ ୫ଟା ସମୟରେ ରଘୁନାଥପୁର ର ବିଜୁ ପଟ୍ଟନାୟକ ଛକଠାରେ ଏକ ବୁଲା ଷଣ୍ଢକୁ ଧକ୍କା ଦେଇଥିଲା। ଷଣ୍ଡଟିକୁ ଉକ୍ତ ଟ୍ରକ୍‌ ପ୍ରାୟ ୨୦ଫୁଟ ଦୂରକୁ ଘୋଷଡ଼ି ନେବାରୁ ଏହା ଗୁରୁତର ଆହତ ହୋଇଥିଲା ଓ ଷ୍‌ଢ ଦେହର ଏକାଧିକ ବିଭିନ୍ନ ଅଙ୍ଗ କ୍ଷତବିକ୍ଷତ ହୋଇଥିଲା। ଷଣ୍ଢର ଗୋଡ଼ଗୁଡ଼ିକ ମଧ୍ୟ ଭାଙ୍ଗି ଯାଇଥିଲା।

ଖବର ପାଇ ସ୍ଥାନୀୟ ପ୍ରାଣୀ ଚିକିତ୍ସକ ଓ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଷଣ୍ଢଟିର ମାଗଣା ଚିକିତ୍ସା କରିଥିଲେ। ହେଲେ, ସକାଳ ପ୍ରାୟ ୬ଟା ସମୟରେ କେତେଜଣ ଯୁବକ ସେଠାରେ ପହଞ୍ଚି ଛକର ପୁଲିସ ପୋଷ୍ଟ୍‍ ନିକଟରେ ବାଇକ ରଖି ରାସ୍ତାରୋକ କରିଥିଲେ। ରାସ୍ତର ଉଭୟପାର୍ଶ୍ୱରେ ଯାନବାହନ ଅଟକି ରହିବାରୁ ରାସ୍ତାରୋକ କରିଥିବା ଯୁବକମାନେ ଗାଡ଼ିଗୁଡ଼ିକରୁ ଯୋର ଜବରଦସ୍ତ ଚାନ୍ଦା ଆଦାୟ କରିଥିଲେ। ଏହି ବେଆଇନ ଚାନ୍ଦା ଆଦାୟକୁ ରଘୁନାଥପୁର ବଜାର କମିଟି ବିରୋଧ କରିଥିଲା ଓ ଉଭୟ ଗୋଷ୍ଠୀ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ରଘୁନାଥପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ରାସ୍ତାରୋକ କରୁଥିବା ୩ଜଣ ଯୁବକ ଓ ରାସ୍ତାରୋକରେ ବ୍ୟବହାର କରାଯାଇଥିବା ବାଇକ୍‌ ଥାନାକୁ ନେଇ ଯାଇଛି। ଏହାକୁ ନେଇ ଥାନାରେ ପୁଲିସ ପଚରାଉଚରା କରୁଥିବା ବେଳେ ଷଣ୍ଢ ନାମରେ ବେଆଇନ ଚାନ୍ଦା ଆଦାୟକାରୀଙ୍କ ଉପରେ ସ୍ଥାନୀୟ ଲୋକ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe