Diwali: କାଉଁରିଆ କାଠି ଅମୂଲ ମୂଲ

ଉପକୂଳବର୍ତ୍ତୀ ଜଗତସିଂହପୁର ଜିଲାର ବିଭିନ୍ନ ବ୍ଲକ ସମେତ ଏରସମା ଅଞ୍ଚଳରେ ପବିତ୍ର କାର୍ତ୍ତିକ ମାସରେ ହିନ୍ଦୁ ପରମ୍ପରା ଅନୁଯାୟୀ ସାଧାରଣ ଲୋକେ ପିତୃ ପୁରୁଷଙ୍କ ପିଣ୍ଡଦାନ କରିଥାନ୍ତି। ରାତି ପାହିଲେ ଆଲୋକର ପର୍ବ ଦୀପାବଳି।

Ersama

Kanwaria stick for Diwali market in Ersama in Jagatsinghpur. Photograph: (sambad.in)

ଏରସମା: ଉପକୂଳବର୍ତ୍ତୀ ଜଗତସିଂହପୁର ଜିଲାର ବିଭିନ୍ନ ବ୍ଲକ ସମେତ ଏରସମା ଅଞ୍ଚଳରେ ପବିତ୍ର କାର୍ତ୍ତିକ ମାସରେ ହିନ୍ଦୁ ପରମ୍ପରା ଅନୁଯାୟୀ ସାଧାରଣ ଲୋକେ ପିତୃ ପୁରୁଷଙ୍କ ପିଣ୍ଡଦାନ କରିଥାନ୍ତି। ରାତି ପାହିଲେ ଆଲୋକର ପର୍ବ ଦୀପାବଳି। ପିତୃ ପୁରୁଷଙ୍କ ପିଣ୍ଡଦାନ ଓ ଶ୍ରାଦ୍ଧ ପାଇଁ ପରମ୍ପରା ଓ ବିଧି ରକ୍ଷା ପାଇଁ ଦୀପଟିଏ ଜଳାଇ ସାଧାରଣ ଲୋକେ ଦୀପାବଳି ପର୍ବ ପାଳିବାର ମାନସିକତାରେ ଅଛନ୍ତି। ହିନ୍ଦୁଧର୍ମର ପରମ୍ପରା ଅନୁସାରେ ଦୀପାବଳି ଦିନ ପ୍ରାୟ ପ୍ରତି ପରିବାରରେ ସାତପୁରୁଷଙ୍କୁ ପିଣ୍ଡଦାନ ପ୍ରଦାନ କରିବା ପାଇଁ ଏକ ପରମ୍ପରା ଓ ବିଧି ରହିଥିବାରୁ ପ୍ରତି ଘରେ ଘରେ କାଉଁରିଆ କାଠି ଜଳାଇ ସପ୍ତ ପୁରୁଷକୁ ଆବାହନ କରାଯାଇଥାଏ।

ପରିତାପ ଓ କ୍ଷୋବର ବିଷୟ ଯେ, ଜଗତସିଂହପୁର ଜିଲାର ବିଭିନ୍ନ ଅଞ୍ଚଳରେ ନଳିତା ଚାଷ ପ୍ରତି ଚାଷୀମାନଙ୍କର ବିମୁଖ ମନୋଭାବ ହେତୁ ଏହି ଚାଷୀ ଅପାତତଃ ବନ୍ଦ ହୋଇଯାଇଛି। ସରକାରୀ ପ୍ରୋତ୍ସାହନ ଅଭାବରୁ ଦିନକୁ ଦିନ ଏରସମା ବ୍ଲକ୍‌ରେ ନଳିତା ଚାଷ ଚାଷୀଙ୍କ ଠାରୁ ଦୂରେଇ ଦୂରେଇ ଯାଉଛି। ସମୟ ଥିଲା ଏରସମା ବ୍ଲକ୍‌ରେ ଏକର ଏକର ଜମିରେ ନଳିତା ଚାଷ ହେଉଥିଲା, ଯାହା ଫଳରେ କି, କାଉଁରିଆ କାଠି ମିଳିବା ସାଧାରଣ ଲୋକଙ୍କ ପାଇଁ ଦୃଶଃପ୍ରାପ୍ୟ ହୋଇ ପଡ଼ିଛି। ଦିନକୁ ଦିନ ମଜୁରୀ ବଢିବା ସହିତ ସହିତ ସାର ଓ ଔଷଧ ମୂଲ୍ୟ ମଧ୍ୟ ବହୁ ଅଧିକ ବଢ଼ି ଚାଲିଛି। ଏହା ସହିତ ଜମିରେ ଚାଷ ପାଇଁ ପମ୍ପସେଟ୍ ବ୍ୟବହାର ପାଇଁ ଡିଜେଲ୍‌ର ମୂଲ୍ୟ ମଧ୍ୟ ଆକାଶ ଛୁଆଁ ହୋଇଯାଇଛି।

ଗୋଟିଏ ପଟେ ଚାଷ ପାଇଁ ଚାଷୀଙ୍କୁ ଅଧିକ ମୂଲ୍ୟ ଦେବାକୁ ପଡୁଥିବା ବେଳେ ଅନ୍ୟ ପଟେ ନଳିତା ଆମଦାନୀ ସମୟରେ ଝୋଟର ମୂଲ୍ୟ ସେହି ପରିମାଣରେ ବୃଦ୍ଧି ପାଉନଥିବାରୁ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସରକାରୀ ପ୍ରୋତ୍ସାହନ ଅଭାବରୁ ଦିନକୁ ଦିନ ନଳିତା ଚାଷ ପ୍ରତି ଚାଷୀଙ୍କର ଆଗ୍ରହ କମିବାରେ ଲାଗିଛି। ଏରସମା ଅଞ୍ଚଳରେ ମୁଖତଃ ଦୁଇ ପ୍ରକାର ନଳିତା ଚାଷ କରାଯାଏ। ଏବେ ମିଠା ନଳିତା ଝୋଟ କ୍ଵିଣ୍ଟାଲ ପ୍ରାୟ ୫ ହଜାରରୁ ୬ ହଜାର ଟଙ୍କା ରହିଥିବାର ଜଣାପଡିଛି।

ସେହିଭଳି ପିତା ନଳିତାରୁ ଝୋଟ ମୂଲ୍ୟ ୩ ହଜାର ଟଙ୍କା ରହିଛି। ପିତା ନଳିତା ଠାରୁ ମିଠା ନଳିତାରୁ ଉତ୍ପାଦିତ ଝୋଟର ମୂଲ୍ୟ ଅଧିକ ରହୁଥିବା ଚାଷୀ କୁହନ୍ତି। ପୂର୍ବରୁ ପିତା ନଳିତା ବେଶୀ ଚାଷ କରାଯାଉଥିଲା। ଏହାକୁ ଅମଳ ଚାଷୀ ସୁବିଧାରେ କରି ପାରୁଥିଲେ। ହେଲେ ସେହି ଚାଷରୁ କ୍ଵିଣ୍ଟାଲ ପିଛା ଝୋଟକୁ ୩ ହଜାରରୁ କମ୍ ମୂଲ୍ୟରେ ପାଉଥିବାରୁ ଚାଷୀ ବହୁ କ୍ଷତି ସହିବାକୁ ପଡୁଛି। ହେଲେ ମିଠା ନଳିତାର ମୂଲ୍ୟ ଅଧିକ ରହୁଥିବା ବେଳେ, ଏହାକୁ ଚାଷ କରିବା ଅଧିକ କଷ୍ଟସାଧ୍ୟ ହୋଇପଡିଛି।

ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ମିଳୁନାହିଁ। ଯାହାଫଳରେ ଝୋଟର ମୂଲ୍ୟ ନିର୍ଦ୍ଧାରିତ କରି ହେଉନାହିଁ। ଏହି କାରଣରୁ ଲୋକେ ନଳିତା ଚାଷ କରିବା ପାଇଁ ମନ ବଳାଉନାହାନ୍ତି। ଯେଉଁଠି ବା କିଛି କାଉଁରିଆ କାଠି ଆଣି ବଜାରରେ ବିକ୍ରି ହେଉଛି, ତାର ଦାମ ଆକାଶ ଛୁଆଁ ହୋଇପଡିଛି। ମୋଟ ଉପରେ କହିବାକୁ ଗଲେ କାଉଁରିଆ କାଠି ପରି ଏକ ଆବଶ୍ୟକତା ଓ ଏହାର ଅଭାବୀ ବିକ୍ରି ଆମ ସାମାଜିକ ଆଧ୍ୟାତ୍ମିକ ଜୀବନକୁ ବିଶେଷ ଭାବରେ ପ୍ରଭାବିତ କରିଛି। ଏରସମା ବ୍ଲକର ବିଭିନ୍ନ ପଂଚାୟତର ଗ୍ରାମାଞ୍ଚଳ ଠାରୁ ସଦରମହକୁମା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମାନେ କାଉଁରିଆ କାଠି ଯୋଗାଡ଼ କରିବା ପାଇଁ ବ୍ୟତିବସ୍ତ ହେଉଥିବା ବେଳେ, ଚଢା ମୂଲ୍ୟରେ ଏହାକୁ କିଣୁଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଭାବ ପରିଲିକ୍ଷିତ ହେଉଛି।

Jagatsinghpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe