ଭୁବନେଶ୍ବର: ଏନଏସି ଦାବିରେ ଓଡ଼ିଶାର କେତେକ ସ୍ଥାନରେ ବନ୍ଦ ପାଳନ କରାଯାଉଛି। ଜଗତସିଂହପୁର ଜିଲ୍ଲା କୁଜଙ୍ଗରେ ୧୨ ଘଣ୍ଟିିଆ ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏଁ ଏହି ବନ୍ଦ ପାଳନ ହେଉଛି। ଅଞ୍ଚଳର ବଜାରଘାଟ ବନ୍ଦ ଥିବା ଦେଖିବାକୁ ମିଳିଛି। ରାସ୍ତାଘାଟ ଖାଲି ରହିଛି ।
କୁଜଙ୍ଗ ସଚେତନ ନାଗରିକ ମଂଚ ପକ୍ଷରୁ ଆବାହକ ତଥା କୁଜଙ୍ଗ ପ୍ରେସ୍ କ୍ଲବ ସଭାପତି ରଘୁନାଥ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବନ୍ଦ ପାଳନ ଅବସରରେ କୁଜଙ୍ଗର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖାଯାଇ ଏହି ବନ୍ଦ ପାଳନକୁ ଅଦ୍ଭୂତପୂର୍ବ ସମର୍ଥନ ପ୍ରଦାନ କରାଯାଇଥିଲା। ଆଜି ଶନିବାର କୁଜଙ୍ଗ ବଜାରର ପାରମ୍ପରିକ ହାଟବଜାର ଅଟେ। ସପ୍ତାହର ଏହି ଦିନକୁ କୁଜଙ୍ଗ ବ୍ଲକ ସମେତ ଏରସମା,ତିର୍ତ୍ତୋଲ, ମହାକାଳପଡ଼ା, ମାର୍ଶୀଘାଇ ଆଦି ଅଂଚଳ ର ଲକ୍ଷଲକ୍ଷ ଲୋକମାନେ ସେମାନଙ୍କ ଦ୍ରବ୍ୟ କ୍ରୟ କରିବାକୁ ଚାହିଁ ରହିଥାନ୍ତି। ମାତ୍ର ଆଜି ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଥିବାରୁ କାରବାର ଠପ ହୋଇଯାଇଛି। ଆଜି ସକାଳ ଆଠଟା ସମୟରୁ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ହୋଇଯାଇଛି। ଦିନତମାମ ଏହି ବନ୍ଦ ଆନ୍ଦୋଳନ ଜାରିରହିଛି। ସେହିପରି କୋର୍ଟ,ତହସିଲ,ବ୍ଲକ, ସମୟ୍ତ ବ୍ୟାଙ୍କ ମଧ୍ୟ ବନ୍ଦ ରହିଥିଲା। ଅନ୍ୟମାନଙ୍କ ମଧ୍ୟରେ ଆଲୋକ ସ୍ବଇଁ, ଦେବେନ୍ଦ୍ର ସାହୁ,ଦୁଷ୍ମନ୍ତ ମାଝୀ, ବୃନ୍ଦାବନ ବାରିକ,ବସନ୍ତ ପଲେଇ, କୈଳାଶ ଶଡଙ୍ଗୀ, ଶଙ୍କର ନାଥ ଓ ରାମଦାସ ମହାନ୍ତି ପ୍ରମଖ ଶତାଧିକ ସ୍ଥାନୀୟ ଜନସାଧାରଣ ଏଥିରେ ଅଂଶଗ୍ରହଣ କରିଥିଲେ।
Follow Us