Advertisment

ଘରୋଇ ଟ୍ୟୁସନ ହେଲେନି ବୋଲି ଛାତ୍ରୀଙ୍କ ନମ୍ବର କମାଇଦେଲେ ଅଧ୍ୟାପକ

Advertisment

ଗୁରୁ ସାକ୍ଷାତ ଈଶ୍ବର ବୋଲି ବିବେଚନା କରାଯାଉଥିବା ବେଳେ ଗୋଟିଏ ପରେ ଗୋଟିଏ କଳଙ୍କ ସାମ୍ନାକୁ ଆସିବାରେ ଲାଗିଛି। ଇଣ୍ଟରନାଲ ପରୀକ୍ଷାରେ ଅଧ୍ୟାପକ ଗଣିତ ବିଷୟରେ ଉଦ୍ଦେଶ୍ୟମୂଳକ ଭାବେ ୬ ନମ୍ବର କାଟି ଦେଇଥିବା ଅଭିଯୋଗ ହୋଇଛି।

ଗୁରୁ ସାକ୍ଷାତ ଈଶ୍ବର ବୋଲି ବିବେଚନା କରାଯାଉଥିବା ବେଳେ ଗୋଟିଏ ପରେ ଗୋଟିଏ କଳଙ୍କ ସାମ୍ନାକୁ ଆସିବାରେ ଲାଗିଛି। ଇଣ୍ଟରନାଲ ପରୀକ୍ଷାରେ ଅଧ୍ୟାପକ ଗଣିତ ବିଷୟରେ ଉଦ୍ଦେଶ୍ୟମୂଳକ ଭାବେ ୬ ନମ୍ବର କାଟି ଦେଇଥିବା ଅଭିଯୋଗ ହୋଇଛି।

New Project (40)

ଜଗତସିଂହପୁର: ଗୁରୁ ସାକ୍ଷାତ ଈଶ୍ବର ବୋଲି ବିବେଚନା କରାଯାଉଥିବା ବେଳେ ଗୋଟିଏ ପରେ ଗୋଟିଏ କଳଙ୍କ ସାମ୍ନାକୁ ଆସିବାରେ ଲାଗିଛି।  ଯେଉଁ କଲେଜରେ ପଢ଼ୁଥିଲେ ସେହି କଲେଜର ଗଣିତ ଅଧ୍ୟାପକଙ୍କ ପାଖକୁ ମେଧାବୀ ଛାତ୍ରୀ ଟ୍ୟୁସନ ଗଲେ ନାହିଁ। ବରଂ ଅନ୍ୟ ଜାଗାକୁ ଯାଇଥିଲେ। କିନ୍ତୁ ଅଧ୍ୟାପକ ପ୍ରତିଶୋଧ ପରାୟଣ ହୋଇ ପଡ଼ିଥିଲେ। ଇଣ୍ଟରନାଲ ପରୀକ୍ଷାରେ ଗଣିତ ବିଷୟରେ ଉଦ୍ଦେଶ୍ୟମୂଳକ ଭାବେ ୬ ନମ୍ବର କାଟି ଦେଇଥିବା ଅଭିଯୋଗ ହୋଇଛି। ମାତ୍ର ୧ ମାର୍କ ପାଇଁ ଯୁକ୍ତ ୨ ପରୀକ୍ଷାରେ ୯୦ ପ୍ରତିଶତରୁ ବଞ୍ଚିତ ହୋଇଥିଲେ ଛାତ୍ରୀ।

ଆରଟିଆଇ ଜରିଆରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ପାଇବା ପରେ ଆଜି ଯୁଗ୍ମ ଜନ ଶୁଣାଣିରେ ଜିଲ୍ଲାପାଳଙ୍କୁ ଭେଟି ନ୍ୟାୟ ପାଇବା ପାଇଁ ଲିଖିତ ଅଭିଯୋଗ କରିଛନ୍ତି ଛାତ୍ରୀ। ଜିଲ୍ଲାପାଳ ଅଭିଯୋଗପତ୍ରକୁ ଉଚ୍ଚଶିକ୍ଷା ବିଭାଗକୁ ପଠାଇ ଦେଇଛନ୍ତି। ଏଭଳି ଏକ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଆଦିକବି ସାରଳା ଦାସ କଲେଜରେ।

ଅଭିଯୋଗ ଅନୁସାରେ, ଛାତ୍ରୀଙ୍କ ଘର ହେଉଛି କଟକ-ପାରାଦୀପ ରାସ୍ତାର ତାଳଦଣ୍ଡାଠାରେ। ସେ ଗରିବ ପରିବାରରୁ ଆସିଥିଲେ ମଧ୍ୟ ଜଣେ ମେଧାବୀ ଛାତ୍ରୀ। ଚଳିତବର୍ଷ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାରେ ମୋଟ ୬୦୦ ନମ୍ବରରୁ ୫୩୯ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ଆଉ ମାତ୍ର ଗୋଟିଏ ନମ୍ବର ରଖିଥିଲେ ୯୦ ପ୍ରତିଶତ ହାସଲ କରିଥାନ୍ତେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ପରୀକ୍ଷାରେ ଗଣିତରେ ୮୦ ନମ୍ବରରୁ ୭୮ ରଖିଥିଲେ। କିନ୍ତୁ ଇଣ୍ଟରନାଲ ପରୀକ୍ଷାରେ ମୋଟ ୨୦ ନମ୍ବରରୁ ୧୩ ରଖିଥିଲେ। ତାଙ୍କର ସନ୍ଦେହ ହେବାରୁ ସେ କଲେଜରୁ ଆରଟିଆଇରେ ଉତ୍ତର ଖାତା ମାଗିଥିଲେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଗାଇଡଲାଇନ୍ ଅନୁଯାୟୀ ଯଦି ନମ୍ବର ଦିଆଯାଇଥାନ୍ତା ତାହେଲେ ୨୦ରୁ ୧୯ ନମ୍ବର ମିଳିଥାନ୍ତା ବୋଲି ଛାତ୍ରୀ ଅଭିଯୋଗରେ ଦର୍ଶାଇଛନ୍ତି।

 ସେ ଦର୍ଶାଇଛନ୍ତି, ଜନୈକ ଅଧ୍ୟାପକ ନିଜ ପାଖରେ ଟ୍ୟୁସନ ପାଇଁ ବାଧ୍ୟ କରୁଥିଲେ। ଏପରିକି ଇଣ୍ଟରନାଲ ନମ୍ବର ତାଙ୍କ ହାତରେ ରହିଛି ଓ କମାଇ ଦେବାର ଧମକ ଦେଇଥିଲେ। ଯାହା ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ସତ ହେଲା ବୋଲି ଅଭିଯୋଗ ହୋଇଛି। ଏହା ତାଙ୍କୁ ଗଭୀର ମାନସିକ ଆଘାତ ଦେଇଥିବା ବେଳେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ବୃତ୍ତି ପାଇବାରୁ ବଞ୍ଚିତ ହୋଇପାରନ୍ତି ବୋଲି ଆଶଙ୍କା ଦେଖାଦେଇଛି। ତେଣୁ ସଠିକ ମୂଲ୍ୟାୟନ କରିବା ସହ ନ୍ୟାୟ ପ୍ରଦାନ କରିବା ପାଇଁ ଛାତ୍ରୀ ଜଣଙ୍କ ଦାବି କରିଛନ୍ତି। ଏ ସମ୍ପର୍କରେ କଲେଜ ଅଧ୍ୟକ୍ଷା ମମତା ରାଉତ କହିଛନ୍ତି ଛାତ୍ରୀ ଆରଟିଆଇ ଯୋଗେ ଉତ୍ତର ଖାତା ମାଗିବାରୁ ତାଙ୍କୁ ପ୍ରଦାନ କରାଯାଇଥିଲା। ଯଦି କିଛି ନମ୍ବର କମ୍ ଥିବା ସେ ଭାବୁଛନ୍ତି ତାହେଲେ ଆଇନର ଆଶ୍ରୟ ନେଇପାରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe