ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଓ ଏହା ଅନ୍ତର୍ଗତ ୭ଟି ବିଧାନସଭା ଆସନରେ ଆଜି ଭୋଟଗ୍ରହଣ। ଜଗତସିଂହପୁର ଲୋକସଭା ଆସନ ପାଇଁ ଏଥର କଡ଼ା ଟକ୍କର ହେଉଛି ବିଜୁ ଜନତା ଦଳର ପ୍ରାର୍ଥୀ ତିର୍ତ୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକ, ବିଜେପି ପ୍ରାର୍ଥୀ ତଥା ପୂର୍ବତନ ଲୋକସଭା ସଦସ୍ୟ ବିଭୁପ୍ରସାଦ ତରାଇ ଏବଂ କଂଗ୍ରେସ ପ୍ରାର୍ଥିନୀ ପ୍ରତିମା ମଲ୍ଲିକଙ୍କ ମଧ୍ୟରେ। ପ୍ରତିମା ବରିଷ୍ଠ କଂଗ୍ରେସ ନେତା ଲକ୍ଷ୍ମଣ ମଲ୍ଲିକଙ୍କ କନ୍ୟା।
ଏହାଛଡା ୭ଟି ବିଧାନସଭା ଆସନ (ଜଗତସିଂହପୁର, ବାଲିକୁଦା-ଏରସମା, ତିର୍ତ୍ତୋଲ, ପାରାଦୀପ, କାକଟପୁର, ନିମାପଡ଼ା ଓ ନିଆଳି)ରେ ମତଦାନ ହେଉଛି। ଏହି ବିଧାନସଭା କ୍ଷେତ୍ରର ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ,ଭାରତୀୟ ଜନତା ପାର୍ଟିର ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା,ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ, ରାଜ୍ୟ ଯୋଜନା ବୋର୍ଡର ପୂର୍ବତନ ଉପାଧ୍ୟକ୍ଷ ବିଷ୍ଣୁ ଚରଣ ଦାସ ପ୍ରମୁଖଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳୁଛି। ଆସନ୍ତୁ ଦେଖିବା ଏଥର କିଏ କେଉଁ ଆସନରୁ ଏବଂ କେଉଁ ଦଳରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି...
/sambad/media/post_attachments/wp-content/uploads/2019/04/Jagatsinghpur-Election_Inner-Page_1.jpg)
/sambad/media/post_attachments/wp-content/uploads/2019/04/Jagatsinghpur-Election_Inner-Page_2.jpg)
/sambad/media/post_attachments/wp-content/uploads/2019/04/Jagatsinghpur-Election_Inner-Page_4.jpg)
/sambad/media/post_attachments/wp-content/uploads/2019/04/Jagatsinghpur-Election_Inner-Page_5.jpg)
/sambad/media/post_attachments/wp-content/uploads/2019/04/Jagatsinghpur-Election_Inner-Page_6.jpg)
/sambad/media/post_attachments/wp-content/uploads/2019/04/Jagatsinghpur-Election_Inner-Page_7.jpg)
/sambad/media/post_attachments/wp-content/uploads/2019/04/Jagatsinghpur-Election_Inner-Page_8.jpg)
Follow Us