ଚାର୍ଜ ବସିଥିବା ମୋବାଇଲ୍‌ ଫୋନ୍‌ ବିସ୍ଫୋରଣ ଯୋଗୁଁ ରାଜମିସ୍ତ୍ରି ମୃତ

ଚାର୍ଜ ବସିଥିବା ମୋବାଇଲ୍‌ ଫୋନ୍‌ ବିସ୍ଫୋରଣ ଯୋଗୁଁ ରାଜମିସ୍ତ୍ରି ମୃତ

ପାରଦୀପ: ରବିବାର ବିଳମ୍ବତ ରାତ୍ରୀରେ ସ୍ଥାନୀୟ ଲକ୍‌ପଡ଼ା ଅଞ୍ଚଳରେ ଗୋଟାଏ ମୋବାଇଲ୍‌ ଫୋନ୍‌ ଫାଟି ଯିବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

ମୃତ ବ୍ୟକ୍ତି ହେଉଛନ୍ତି ନୟଗାଡ଼ ଜିଲ୍ଲା ଅନ୍ତର୍ଗତ ଲେମ୍ବାଗୁଡ଼ା ଗ୍ରାମର ୩୭ ବର୍ଷିୟ କୁନା ପ୍ରଧାନ।

ଜଗନ୍ନାଥ ଟ୍ରକ୍‌ ମାଲିକ ସଂଘ କାର୍ଯ୍ୟାଳୟ ପରିସରରେ ଗୋଟାଏ ମନ୍ଦିର ତୋଳିବା ପାଇଁ ନୟାଗଡ଼ ଜିଲ୍ଲାରୁ କିଛି କାରିଗରଙ୍କୁ ଅଣାଯାଇଥିଲା। ସେମାନଙ୍କ ମଧ୍ୟରୁ ଚାରି ଜଣ ଗତରାତିରେ ସଂଘ କାର୍ଯ୍ୟାଳୟର ଗୋଟାଏ କୋଠରିରେ ଶୋଇଥିଲେ।

publive-image

ଚାର୍ଜରେ ବସାଇଥିବା ମୋବାଇଲ୍‌ ଫୋନ୍‌ଟିକୁ ମୁଣ୍ଡ ପାଖରେ ରଖି କୁନା ଶୋଇଥିଲେ। ରାତି ପ୍ରାୟ ୧: ୩୦ ବେଳେ କୌଣସି କାରଣରୁ ଚାର୍ଜରେ ବସିଥିବା ଫୋନ୍‌ଟି ପ୍ରଚଣ୍ଡ ଶବ୍ଦ କରି ଫାଟିବାରୁ କୁନାଙ୍କର ମୁହଁ ସମେତ ଦେହର ଉପରିଭାଗ ପୋଡ଼ି କ୍ଷତବିକ୍ଷତ ହୋଇଯାଇଥିଲା। ବିସ୍ଫୋରଣଜନିତ ଶବ୍ଦରେ ସେ କୋଠରିରେ ଶୋଇଥିବା ଅନ୍ୟମାନେ ଚମକି ଉଠିପଡ଼ିଥିଲେ।

ଚିକିତ୍ସା ନିମନ୍ତେ ମୃତପ୍ରାୟ କୁନାଙ୍କୁ ଟ୍ରକ୍‌ ଆସୋସିଏସନ୍‌ ଆମ୍ବୁଲାନ୍‌ସ ଯୋଗେ ତୁରନ୍ତ ଅଠରବାଙ୍କୀସ୍ଥିତ ବିଜୁ ମେମୋରିଆଲ୍‌ ହସ୍‌ପିଟାଲ୍‌କୁ ନିଆ ଯିବାର ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏ ସଂକ୍ରାନ୍ତରେ କୁନାଙ୍କ ପରିବାରକୁ ଖବର ଦିଆଯାଇଛି।

ପାରାଦୀପ ଆଦର୍ଶ ଥାନା ପୁଲିସ କୁନାଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ୟବସ୍ଥା କରିବା ସହ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe