ବାଲିକୁଦା: ବାଲିକୁଦା ବ୍ଲକ ଅନ୍ତର୍ଗତ ଗରାମ ପଞ୍ଚାୟତ ଡେଙ୍ଗାପୋଲ ବଜାରର ବ୍ୟବସାୟୀ ନରେନ୍ଦ୍ର ରାୟ(୫୫)ଙ୍କର ଆଜି ପରଲୋକ ଘଟିଛି। ଡେଙ୍ଗାପୋଲ ବଜାରରେ ତାଙ୍କର ମଟର ୱାଇଁଣ୍ଡିଂ ଦୋକାନ ରହିଥିବା ବେଳେ ସେ ବିଦ୍ୟୁତ ଉପକରଣ ମଧ୍ୟ ମରାମତି କରୁଥିଲେ। ତାଙ୍କ ପରଲୋକରେ ଆଜି ଡେଙ୍ଗାପୋଲ ବ୍ୟବସାୟୀ ସ˚ଘ ପକ୍ଷରୁ ବଜାର ବନ୍ଦ କରାଯାଇଥିଲା। ବଜାର କମିଟି ସଭାପତି ସୌଭାଗ୍ୟ ସାମନ୍ତରାୟ, ସମ୍ପାଦକ ପ୍ରବୀର ମହାରଣା, ଶୁକଦେବ ଦାସ, ଧରଣୀଧର ରାଉତ, ନାରାୟଣ ଦାସ, ସନାତନ ସାହୁ, ରବୀନ୍ଦ୍ର ଓଝା, ଆର୍ତ୍ତବନ୍ଧୁ ଦାସ, ବିଚିତ୍ରାନନ୍ଦ ରାଉତ, କୃଷ୍ଣଚନ୍ଦ୍ର ନାୟକ, ସ˚ଗ୍ରାମ କେଶରୀ ମହାନ୍ତି, କାଳନ୍ଦୀ ରାଉତ, ବିଜୟ ନାୟକ, ବିଶ୍ବଜିତ ଦାସ, ସଞ୍ଜୟ ବାରିକ, ସରପଞ୍ଚ ଜ୍ୟୋତ୍ସ୍ନାରାଣୀ ବାରିକ, ପୂର୍ବତନ ସରପଞ୍ଚ ପ୍ରଶାନ୍ତ ବାରିକ, ସମାଜସେବୀ ନରେନ୍ଦ୍ର ଦାସ ଓ ତାପସ ମହାପାତ୍ର ପ୍ରମୁଖ ତାଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ କରିଥିଲେ। ସେହିପରି ମାଛଗାଁ ବଜାର ବ୍ୟବସାୟୀ କୃଷ୍ଣଚନ୍ଦ୍ର ସାହୁ(୮୫) ଙ୍କର ଆଜି ପରଲୋକ ଘଟିଛି। ବଜାର ସଭାପତି ନରେନ୍ଦ୍ର ନାଥ ସ୍ବାଇଁ, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମିଶ୍ର, ସଭ୍ୟ ଜ୍ଞାନରଞ୍ଜନ ମହାନ୍ତି, ରାଜକିଶୋର ସ୍ବାଇଁ, ଚିତ୍ତରଞ୍ଜନ ପରିଡା, ବାବୁଲି ପରିଡା ପ୍ରମୁଖ ତାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ତାଙ୍କ ସମ୍ମାନରେ ବଜାର ବନ୍ଦର ରଖିଥିଲେ। ସରପଞ୍ଚ ପର୍ଶୁରାମ ସେଠୀ, ସମିତି ସଭ୍ୟା ମମତା ଦାସ, ଶିକ୍ଷକ ଅରୁଣ କୁମାର ମହାନ୍ତି ପ୍ରମୁଖ ଶ୍ରୀ ସାହୁଙ୍କ ମୃତ୍ୟୁରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।
ବ୍ୟବସାୟୀଙ୍କ ମୃତ୍ୟୁରେ ବଜାର ବନ୍ଦ୍
Advertisment
Follow Us