Justdial
ଜଗତସିଂହପୁର ଟାଉନ: ଜଗତସିଂହପୁର ଜିଲ୍ଲାରେ ପ୍ରଶାସନ କରୋନା ମୁକାବିଲାକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛି । ଆଜି ଏକ ଭିଡିଓ ମାଧ୍ୟମରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଓ ଏସପି ପ୍ରକାଶ ରଂଗରାଜ୍ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।
ଜିଲ୍ଲାପାଳ କହିଛନ୍ତି, କରୋନା ମୁକାବିଲାରେ ଜିଲ୍ଲା ପ୍ରଶାସନ ଅନେକ ପଦକ୍ଷପ ନେଇଛି। କିନ୍ତୁ କିଛି ଲୋକ ପ୍ରଶାସନର ନିୟମକୁ ବେଖାତିର କରୁଛନ୍ତି। ତେଣୁ ଆସନ୍ତାକାଲିଠାରୁ ଦିନ ୧ଟା ପରେ କେବଳ କରୋନା ମୁକାବିଲା ପାଇଁ ଲାଗିଥିବା ଗାଡ଼ି, ପାସ୍ ଥିବା ଗାଡ଼ିକୁ ଛାଡି ଦେଲେ ସାଧାରଣ ଲୋକଙ୍କୁ ପେଟ୍ରୋଲ ଦିଆଯିବ ନାହିଁ। ଆଜି ପେଟ୍ରୋଲ ପମ୍ପଗୁଡ଼ିକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ସେହିପରି ଜିଲ୍ଲାର ହାଟ, ପରିବା ଦୋକାନ, ସଉଦା ଦୋକାନଗୁଡ଼ିକ ସକାଳ ୭ଟା ରୁ ୧୧ ପର୍ଯ୍ୟନ୍ତ ଖୋଲା ରହିବ । ସୋମନାଥ ହାଟ ପୋଷ୍ଟ ଅଫିସ ଛକଠାରୁ ରଶ୍ମି ସିନେମା ହଲ୍ ଛକ ଓ ଏସଭିଏମ୍ କଲେଜ୍ ପଡିଆରେ ହାଟ ବସିବ। ସାମାଜିକ ଦୂରତା ଅବଲମ୍ବନ ନକଲେ ଦୋକାନୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଆବଶ୍ୟକ ପଡ଼ିଲେ ଦୋକାନ ସିଜ୍ ସହ ଗିରଫ କରାଯିବ ବୋଲି ଏସପି କହିଛନ୍ତି।
ବାହାରକୁ ଆସିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଅଯଥା ବାହାରକୁ ନ ଆସିବାକୁ ଜିଲ୍ଲପାଳ ନିବେଦନ କରିଛନ୍ତି। ଆସନ୍ତାକାଲିଠାରୁ ପୋଲିସ କଡ଼ା ଆଭିମୁଖ୍ୟ ନେବ। ଅଯଥା ବୁଲିଲେ ଗିରଫ କରାଯିବ ବୋଲି ଏସପି କହିଛନ୍ତି।।
Follow Us