Advertisment

Paddy: ଉନ୍ନତମାନର ଧାନ ମଣ୍ଡିରେ ଦିଅନ୍ତୁ, ସରକାରଙ୍କ ଠାରୁ ନିର୍ଦ୍ଧାରିତ ମୂଲ୍ୟ ପାଆନ୍ତୁ: ମନ୍ତ୍ରୀ

Advertisment

ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଜଗତସିଂହପୁର ଜିଲ୍ଲା  ଗସ୍ତରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଏକ ସମୀକ୍ଷା ବୈଠକରେ  ଯୋଗ ଦେଇଛନ୍ତି।

ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଜଗତସିଂହପୁର ଜିଲ୍ଲା  ଗସ୍ତରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଏକ ସମୀକ୍ଷା ବୈଠକରେ  ଯୋଗ ଦେଇଛନ୍ତି।

Untitled-29.jpg

ଭୁବନେଶ୍ବର: ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଜଗତସିଂହପୁର ଜିଲ୍ଲା  ଗସ୍ତରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଏକ ସମୀକ୍ଷା ବୈଠକରେ  ଯୋଗ ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ପାତ୍ର ଜିଲ୍ଲାରେ ଧାନ ମଣ୍ଡି ଖୋଲିବା ତଥା ଧାନ କିଣା ବିଷୟରେ ସମୀକ୍ଷା କରିଥିଲେ। ଧାନର FAQମାନ କେନ୍ଦ୍ର ସରକାର ନିର୍ଦ୍ଧାରଣ କରିଛନ୍ତି। ତେଣୁ ପ୍ରତ୍ୟେକ ଚାଷୀଭାଇମାନେ ଉନ୍ନତମାନର ଧାନ ଆଣି ମଣ୍ଡିରେ ଦେବା ସହିତ ସରକାରଙ୍କ ଠାରୁ ନିର୍ଦ୍ଧାରିତ ମୂଲ୍ୟ ପାଆନ୍ତୁ ବୋଲି ସେ ଯୋଗାଣ ଅଧିକାରୀଙ୍କୁ କହିଥିଲେ।  

ମନ୍ତ୍ରୀ କହିଥିଲେ ଚଳିତ ବର୍ଷ କଟନି ଛଟନି ପାଇଁ କୌଣସି ସହନଶୀଳତା ନାହିଁ। ଧାନ ସଂଗ୍ରହ ବେଳେ ମିଲର୍‌ମାନେ ଚାଷୀଙ୍କୁ ଭଲ ଅଖା ଯୋଗାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲାରେ ମିଲର ଅଭାବରୁ  ଧାନ କିଣା ମନ୍ଥର ହୋଇଥିବାରୁ ବାହାର ଜିଲ୍ଲାରୁ ତ୍ୱରିତ ମିଲର ଯୋଗାଇଦେବାକୁ ନିର୍ଭର ପ୍ରତିଶୃତି ଦେଇଥିଲେ। ଏଥିସହିତ ଜିଲ୍ଲାର ଯୁବ ଉଦ୍ୟୋଗୀମାନଙ୍କୁ ମଧ୍ୟ ମିଲର ହେବାପାଇଁ ଉପଦେଶ ଦେଇଥିଲେ। ମଡେଲ ମଣ୍ଡିର ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ। ଗତ ୨୦ ମାସ ମଧ୍ୟରେ କୃଷକ ବନ୍ଧୁମାନେ ଖୁସି ଅଛନ୍ତି ତଥା କୌଣସି ଚାଷୀ ଆତ୍ମହତ୍ୟାର ଉଦାହରଣ ନାହିଁ। ଏହାଛଡା ଜିଲ୍ଲା ରେ ମନୋନୀତ ମିଲରମାନଙ୍କୁ ସେମାନଙ୍କ ଜଣାଶୁଣା ରେଥିବା ଅନ୍ୟ ମିଲର୍‌ମାନଙ୍କୁ ଏଥିରେ ସକ୍ରିୟ ଅଂଶ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ।

ଆହୁରି ପଢ଼ନ୍ତୁ: Kerala Story 2 : କେରଳ ଷ୍ଟୋରି ୨ ରିଲିଜ ଉପରେ ରୋକ୍‌ ଲଗାଇଲେ ହାଇକୋର୍ଟ

ରାଜ୍ୟରେ ଧାନମଣ୍ଡି ପାଇଁ ସରକାର ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଛନ୍ତି। ପ୍ରତ୍ୟେକ ମଣ୍ଡିରେ ଚାଷୀଙ୍କ ପାଇଁ ବିଶ୍ରାମ ସ୍ଥଳୀ, ପାନୀୟ ଜଳ ଭଳି ଅତ୍ୟାବଶ୍ୟକ ସେବା ଇତ୍ୟାଦି ସୁବ୍ୟବସ୍ଥିତ ଭାବରେ କରିବା ପାଇଁ ମନ୍ତ୍ରୀ ଶ୍ରୀ ପାତ୍ର ଜିଲ୍ଲାପାଳ ତଥା ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ଯୋଗଦେଇ ସାଂସଦ ଜଗତସିଂହପୁର ଶ୍ରୀ ବିଭୁ ପ୍ରସାଦ ତରାଇ କହିଲେ ଯେ, ଚାଷୀମାନଙ୍କ ଉନ୍ନତି ନିମନ୍ତେ ଜିଲ୍ଲା ପ୍ରଶାସନ ସର୍ବଦା ତତ୍ପର ରହିଛି। ଏଥିସହିତ ବିଭାଗୀୟ ଅଧିକାରୀ ମାନଙ୍କୁ ସମ୍ବେଦନଶୀଳ ହେବାପାଇଁ ସେ ଉପଦେଶ ଦେଇଥିଲେ। କୌଣସି ଅସୁବିଧାର ସମ୍ମୁଖୀନ ହେଲେ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପରାମର୍ଶ ଦେଇଥିଲେ।

ଆହୁରି ପଢ଼ନ୍ତୁ: Statement Urban Development Minister କଟକରେ ଭଙ୍ଗା ହେବ ବିପଦସଂକୁଳ କୋଠା: ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର

ଜିଲ୍ଲାପାଳ ଜେ ସୋନାଲ ଜିଲ୍ଲାରେ ଖୋଲା ଯାଇଥିବା ମଣ୍ଡି ସମ୍ପର୍କରେ ବିଷଦ ବିବରଣୀ ପ୍ରଦାନ କରିଥିଲେ। ୨୦୨୫-୨୬ ଖରିଫ୍ ଋତୁ ପାଇଁ ମୋଟ୍ ୪୯୬୮୫ କୃଷକ ପଞ୍ଜୀକୃତ କରିଛନ୍ତି। ଗତକାଲି ସୁଦ୍ଧା ଜିଲ୍ଲାରେ ସର୍ବମୋଟ୍ ୧୧୩ଟି ମଣ୍ଡିରେ ୨୦ ଜଣ ମିଲର୍ ଅଂଶ ଗ୍ରହଣ କରି ୬,୩୯,୩୨୨.୧୩ କ୍ଵିଣ୍ଟାଲ ଧାନ ସଂଗ୍ରହ କରିଛନ୍ତି। ୧୬,୫୦୨ ଜଣ ଚାଷୀ ଧାନ ବିକ୍ରି କରିସାରିଛନ୍ତି ଓ ସେମାନଙ୍କ ମଧ୍ୟରୁ ୧୪,୪୫୯ ଜଣ ସରକାରଙ୍କ ନିର୍ଦ୍ଧାରିତ ଏମ ଏସ ପି ମୂଲ୍ୟ ପ୍ରାପ୍ତ କରିସାରିଛନ୍ତି। ଗତବର୍ଷ ଜିଲ୍ଲାରେ ୧୭,୧୪,୯୦୩.୦୨ କ୍ଵିଣ୍ଟାଲ ଧାନ ସଂଗ୍ରହ କରାଯାଇଥିବା ବେଳେ ଚଳିତ ବର୍ଷ ୧୮ରୁ ୧୯ ଲକ୍ଷ ଧାନ ସଂଗ୍ରହ ପାଇଁ ଟାର୍ଗେଟ ପ୍ରାପ୍ତ ପାଇଁ ପ୍ରଚେଷ୍ଟା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe