୫୦୦ ଟଙ୍କା ପାଇଁ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ

Advertisment
୫୦୦ ଟଙ୍କା ପାଇଁ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ

ଜଗତସିଂହପୁର ଟାଉନ୍‌/ବାଲିକୁଦା : ମାତ୍ର ୫ଶହ ଟଙ୍କା ପାଇଁ ଜଗତ୍‌ସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍‌ ଅନ୍ତର୍ଗତ ପାଇକରାପୁର ଗାଁର ସତ୍ୟପ୍ରକାଶ ସାହୁଙ୍କୁ ଜୀବନ ଦେବାକୁ ପଡ଼ିଛି। ଗୋଷ୍ଠୀ ସଂଘର୍ଷରେ ମୃତ ସତ୍ୟପ୍ରକାଶଙ୍କ ବାପା ଗୁରୁତର ଆହତ ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଅପରଗୋଷ୍ଠୀର ଦୁଇଜଣ ବ୍ୟକ୍ତି ଜଗତସିଂହପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏ ନେଇ ବାଲିକୁଦା ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି। ପୁଲିସ ତିନି ଜଣଙ୍କୁ ଅଟକ ରଖିଥିବା ବେଳେ ଅନ୍ୟ ଦୁଇ ଜଣ ଫେରାର୍‌ ଅଛନ୍ତି।

ସୂଚନା ଅନୁସାରେ, ମୃତ ସତ୍ୟପ୍ରକାଶ ପାରାଦୀପ ବଡ଼ ପଡ଼ିଆରେ ଥିବା ମା’ ଶାରଳାଙ୍କ ମନ୍ଦିରରେ ପୂଜକ ଭାବେ କାମ କରୁଥିବା ନିଜ ଗାଁର ପ୍ରଫୁଲ୍ଲ କୁମାର ଦାଶଙ୍କ ପାଖରେ ରହି କାମ କରୁଥିଲେ। ତେବେ, ରହିବାର ୪ ଦିନ ପରେ କାମ ନସୁହାଇବାରୁ ସେ ଘରକୁ ଚାଲିଯାଇଥିଲେ। ମାତ୍ର, ୪ଦିନ ବାବଦରେ ୫୦୦ ଟଙ୍କା ମାଗିଥିଲେ। ଏହି ଟଙ୍କା ଦେବା ପାଇଁ ପ୍ରଫୁଲ୍ଲ ସିଧାସଳଖ ମନା କରିଦେଇଥିଲେ। ଏହାକୁ କେନ୍ଦ୍ରକରି ୨ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଆକ୍ରମଣ ଓ ପ୍ରତିଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ଗୁରୁତର ଆହତ ଅବସ୍ଥାରେ ସତ୍ୟପ୍ରକାଶ ଓ ପ୍ରଫୁଲ୍ଲଙ୍କ ପୁତୁରା ନାରାୟଣଙ୍କୁ କଟକ ପଠାଯାଇଥିଲା। ସେଠାରେ ସତ୍ୟପ୍ରକାଶଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୨ ଜଣ ଜଗତ୍‌ସିଂହପୁରରେ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe