ଦେବୀ ନଦୀରେ ବୁଡ଼ି କାଉଡ଼ିଆ ନିଖୋଜ: ଉଦ୍ଧାର ହେଲେ ପରିବାରର ତିନି ସଦସ୍ୟ

Advertisment
ଦେବୀ ନଦୀରେ ବୁଡ଼ି କାଉଡ଼ିଆ ନିଖୋଜ: ଉଦ୍ଧାର ହେଲେ ପରିବାରର ତିନି ସଦସ୍ୟ

ଜଗତସିଂହପୁର ସଦର: ଜଗତସିଂହପୁର ଥାନା ଅଧୀନସ୍ଥ ଆଳିପିଙ୍ଗଳ ସ୍ଥିତ ଦେବୀ ନଦୀର ଅପର ପାଶ୍ୱର୍ରେ ଥିବା କେତେକଶ୍ୱରୀ ଘାଟରେ ଜଣେ କାଉଡିଆ ପାଣିରେ ବୁଡ଼ି ନିଖୋଜ ଥିବା ସୂଚନା ମିଳିଛି।

ସୂଚନା ଅନୁସାରେ ତିର୍ତ୍ତୋଲ ଥାନା ବିଦ୍ୟାଧରପୁର ଅଞ୍ଚଳର ରମେଶ ପ୍ରଧାନଙ୍କ ପରିବାରର ଚାରିଜଣ ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଗୋରେଖନାଥ ମନ୍ଦିରରେ ଜଳାଭିଷେକ କରିବା ପାଇଁ ଆଳିପିଙ୍ଗଳ ଘାଟରୁ ପାଣିଭାର ନେବାପାଇଁ ଆସିଥିଲେ। ପାଣିଭାର ନେବା ପୂର୍ବରୁ ରାତି ପ୍ରାୟ ଆଠଟା ବେଳେ ଗାଧୋଇବା ପାଇଁ ପାଣି ଭିତରକୁ ଯାଇଥିବାବେଳେ ଗଭୀର ଜଳରେ ପରିବାରର ସମସ୍ତେ ବୁଡ଼ିଯାଇଥିବା ବେଳେ ରମେଶ, ତାଙ୍କ ପତ୍ନୀ ଓ ବଡ଼ପୁଅ ଚନ୍ଦ୍ରକାନ୍ତ କୌଶଳକ୍ରମେ ଉଦ୍ଧାର ହୋଇଥିଲେ।

ରମେଶ ବିଶ୍ୱାଳଙ୍କ ସାନପୁଅ ଅଷ୍ଟମ ଶ୍ରେଣୀରେ ପଢୁଥିବା ନାବାଳକ ପୁଅ ସୂ୍ର୍ଯ୍ୟକାନ୍ତ ପ୍ରଧାନ (ଭୋଳା) ଗଭୀର ଜଳରେ ନିଖୋଜ ହୋଇଯାଇଥିଲେ। ରମେଶଙ୍କ ବଡ଼ପୁଅ ଚନ୍ଦ୍ରକାନ୍ତ ଗୁରୁତର ହେବାରୁ ୧୦୮ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଖବରପାଇ ଜଗତସିଂହପୁର ପୁଲିସ , ଅଗ୍ନିଶମ ବାହିନୀ ଆଳିପିଙ୍ଗଳ ଘାଟରେ ପହଞ୍ଚି ଖୋଜାଖୋଜି କରିଥିଲେ। ଘଟଣା ସଂପର୍କରେ ଭାରପ୍ରାପ୍ତ ଅଗ୍ନିଶମ ଅଧିକାରୀ ଅଶୋକ କୁମାର ଶତପଥିଙ୍କୁ ପଚାରିବାରେ ସେ କହିଥିଲେ ଯେ ରାତି ହୋଇଥିବାରୁ ଖୋଜିବାରେ ଅସୁବିଧା ହେଉଛି। ତେବେ ଗତ ରାତିରେ ନିଖୋଜ କାଉଡିଆ ଭୋଳା ଉଦ୍ଧାର ହୋଇପାରି ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe