କରୋନା ସଂକ୍ରମଣକୁ ନଜରରେ ରଖି ପାରାଦୀପ କଳିଙ୍ଗ ବାଲିଯାତ୍ରା ବାତିଲ୍ କଲା ଜିଲ୍ଲା ପ୍ରଶାସନ

Advertisment
କରୋନା ସଂକ୍ରମଣକୁ ନଜରରେ ରଖି ପାରାଦୀପ କଳିଙ୍ଗ ବାଲିଯାତ୍ରା ବାତିଲ୍ କଲା ଜିଲ୍ଲା ପ୍ରଶାସନ

Orissa post

ଜଗତସିଂହପୁର/ପାରାଦୀପ : କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏଥର ପାରାଦୀପରେ ବହୁ ଦିନରୁ ହେଇ ଆସୁଥିବା କଳିଙ୍ଗ ବାଲିଯାତ୍ରାକୁ ଜିଲ୍ଲା ପ୍ରଶାସନ ତରଫରୁ ବନ୍ଦ କରି ଦିଆଯାଇଛି। ଏହା ବ୍ୟତୀତ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଗୋପିଆକୁଦରେ ହେଉଥିବା ଚେଳିତୋଳ ବାଲିଯାତ୍ରା ସମେତ ଜିଲ୍ଲାର ଅନ୍ୟ ସମସ୍ତ ବାଲିଯାତ୍ରା ଉତ୍ସବକୁ ବନ୍ଦ କରାଯାଇଛି। ଏନେଇ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ନିର୍ଦେଶନାମା ଜାରି କରିଛନ୍ତି।

publive-image Sambad

ସୂଚନାଯୋଗ୍ୟ, କଳିଙ୍ଗ ବାଲିଯାତ୍ରା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସମୟରେ ଆରମ୍ଭ ହୋଇଥିଲା। ଏହି ବାଲିଯାତ୍ରାରେ ୫୦୦ରୁ ଅଧିକ ଷ୍ଟଲ ପଡ଼ିଥାଏ। ମେଳାକୁ ଲକ୍ଷାଧିକ ଲୋକ ଆସିଥାନ୍ତି। ଗ୍ରାମାଂଚଳର କୁଟୀର ଶିଳ୍ପଠାରୁ ଆରମ୍ଭ କରି ଆଧୁନିକ ଘରୋଇ କରଣ ସାମଗ୍ରୀ ମେଳାରେ ବିକ୍ରି ହୋଇଥାଏ। ଛୋଟ ଛୋଟ ବ୍ୟବସାୟୀମାନେ ମଧ୍ୟ ଭଲ ବ୍ୟବସାୟ କରିଥାନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ କଳିଙ୍ଗ ବାଲିଯାତ୍ରାରେ କୋଟି କୋଟି ଟଙ୍କାର ବ୍ୟବସାୟ ହୋଇଥାଏ। ଦର୍ଶକଙ୍କ ପାଇଁ ମନୋରଂଜନର ବ୍ୟବସ୍ଥା ହୋଇଥାଏ। କଳାକାରମାନଙ୍କୁ ମଂଚରେ ନିଜର ଦକ୍ଷତା ପ୍ରଦର୍ଶନ କରିବାକୁ ସୁଯୋଗ ମିଳିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe