Advertisment

Mule Accounts ଜମ୍ମୁ କଶ୍ମୀର, ଦିଲ୍ଲୀ, ପଶ୍ଚିମବଙ୍ଗରୁ ଆସିଛି ଠକେଇ ଟଙ୍କା, ପୁଣି ୮ ମ୍ୟୁଲ ଆକାଉଣ୍ଟ ଠାବ କଲା ପୁଲିସ

Advertisment

ଅପରସେନ ସାଇବର କବଚରେ ତନାଘନା ଜାରି ରହିଥିବା ବେଳେ ପୁଲିସ ହାତରେ ଗୋଟିଏ ପରେ ଗୋଟିଏ ତଥ୍ୟ ଲାଗି ଚାଲିଛି। ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ପୁଣି ୮ଟି ମ୍ୟୁଲ ଆକାଉଣ୍ଟ ଠାବ କରାଯାଇଛି।

ଅପରସେନ ସାଇବର କବଚରେ ତନାଘନା ଜାରି ରହିଥିବା ବେଳେ ପୁଲିସ ହାତରେ ଗୋଟିଏ ପରେ ଗୋଟିଏ ତଥ୍ୟ ଲାଗି ଚାଲିଛି। ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ପୁଣି ୮ଟି ମ୍ୟୁଲ ଆକାଉଣ୍ଟ ଠାବ କରାଯାଇଛି।

Untitled

Police seize 8 more mule accounts Photograph: (sambad.in)

ଜଗତସିଂହପୁର: ଅପରସେନ ସାଇବର କବଚରେ ତନାଘନା ଜାରି ରହିଥିବା ବେଳେ ପୁଲିସ ହାତରେ ଗୋଟିଏ ପରେ ଗୋଟିଏ ତଥ୍ୟ ଲାଗି ଚାଲିଛି। ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ପୁଣି ୮ଟି ମ୍ୟୁଲ ଆକାଉଣ୍ଟ ଠାବ କରାଯାଇଛି। ଦୁଇ ଦିନରେ ଜଗତସିଂହପୁର ଜିଲ୍ଲାରୁ ମୋଟ ୧୦ଟି ମ୍ୟୁଲ ଆକାଉଣ୍ଟ ଠାବ କରାଯାଇଛି।

ମ୍ୟୁଲ ଆକାଉଣ୍ଟ ଠାବ ସମୟରେ ବହୁ ଚାଞ୍ଚଲ୍ୟକର ତଥ୍ୟ

ମ୍ୟୁଲ ଆକାଉଣ୍ଟ ଠାବ ସମୟରେ ବହୁ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ଜମ୍ମୁ କଶ୍ମୀର, ଦିଲ୍ଲୀ, ପଶ୍ଚିମବଙ୍ଗ ସମେତ ଅନ୍ୟ କେତେକ ଅଞ୍ଚଳରୁ ଠକେଇ ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ଆସିଛି ବୋଲି ଜଣାପଡ଼ିଛି। ଆଜି ଜଗତସିଂହପୁରରେ ଜଣେ, ଲକ୍ ଥାନାରେ ୪ ଅଭିଯୁକ୍ତ ଓ ପାରାଦୀପରେ ଦୁଇ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଜମ୍ମୁ କଶ୍ମୀର ଓ ଦିଲ୍ଲୀର ବ୍ୟକ୍ତିଙ୍କୁ ଅର୍ଥ ବିନିଯୋଗ କଲେ ଅଧିକ ଲାଭ ମିଳିବ ଲୋଭ ଦେଖାଇ ୫ ହଜାର ଟଙ୍କା ଠକେଇ ହୋଇଥିବା ନେଇ ପାରାଦୀପ ଥାନାରେ ମାମଲା ରୁଜୁ ହୋଇଛି। ସାଇବର ଥାନା ଇନ୍ସପେକ୍ଟର ଶମ୍ଭୁ ବଳ ଏ ନେଇ ପାରାଦୀପ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିଛି। ଯେଉଁ ଆକାଉଣ୍ଟ ବିରୋଧରେ ଅଭିଯୋଗ ହୋଇଛି ସେହି ଆକାଉଣ୍ଟକୁ ଏକାଧିକ ଥର ବାହାରୁ ଠକେଇ ଟଙ୍କା ଆସିଛି ଓ ତାହାକୁ ବିଭିନ୍ନ ଆକାଉଣ୍ଟକୁ ଟ୍ରାନ୍ସଫର୍ କରାଯାଇଥିବା ଜଣାପଡ଼ିଛି। ସେହପରି ଲକ ଥାନା ଓ ଜଗତସିଂହପୁର ଥାନାରେ ମଧ୍ୟ ମ୍ୟୁଲ ଆକାଉଣ୍ଟ ଠାବ କରାଯାଇଛି।

Elephants NIT Rourkela ରାଉରକେଲା ଏନ.ଆଇ.ଟିକୁ ପ୍ରବେଶ କରିଲେ ୫ଟି ଜଙ୍ଗଲି ହାତୀ

ଚାକିରି ନାଁରେ ଟଙ୍କା ଟ୍ରାନ୍ସଫର କରି ଠକେଇ, ଋଣ ନାଁରେ ଠକେଇ, ଅଧିଲ ଲାଭ ପାଇବା ପାଇଁ ଟଙ୍କା ବିନିଯୋଗ କରି ଠକେଇ ଭଳି ମାମଲା ଏବେ ସୁଦ୍ଧା ସାମ୍ନାକୁ ଆସିଛି। ‘ସାଇବର କବଚ’ ଅଧୀନରେ ଅପରେସନ୍ ଚାଲୁଥିବା ବେଳେ ଆଗକୁ ଆହୁରି ଠକେଇ ମାମଲା ଓ ମ୍ୟୁଲ ଆକାଉଣ୍ଟ ସାମ୍ନାକୁ ଆସିବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe