ଜାତୀୟ ହୁଇଲଚେୟାର ଫେନସିଂ ପ୍ରତିଯୋଗିତାରେ ଜଗତସିଂହପୁରର ପ୍ରଫୁଲ୍ଲଙ୍କୁ ୨ଟି ସ୍ଵର୍ଣ୍ଣ ଏବଂ ଗୋଟିଏ ରୌପ୍ୟ

ଜାତୀୟ ହୁଇଲଚେୟାର ଫେନସିଂ ପ୍ରତିଯୋଗିତାରେ ଜଗତସିଂହପୁରର ପ୍ରଫୁଲ୍ଲଙ୍କୁ ୨ଟି ସ୍ଵର୍ଣ୍ଣ ଏବଂ ଗୋଟିଏ ରୌପ୍ୟ

ଜଗତସିଂହପୁର: ତାମିଲନାଡ଼ୁର କୋଏମ୍ବତୁରଠାରେ ଅନୁଷ୍ଠିତ ଷୋଡ଼ଶ ଜାତୀୟ ହୁଇଲଚେୟାର ପ୍ରତିଯୋଗିତାରେ ଜଗତସିଂହପୁରର ଖଇରଙ୍ଗ ପଞ୍ଚାୟତ ଆଶ୍ରମପାଟଣା ଗ୍ରାମର ପ୍ରତାପ କିଶୋର ଖଣ୍ଡାୟରାୟଙ୍କ ପୁତ୍ର ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟ ଭଲ ପଦର୍ଶନ କରି ଦୁଇଟି ସ୍ଵର୍ଣ୍ଣ,ଗୋଟିଏ ରୌପ୍ୟ ଜିତିଛନ୍ତି। ସେ ବ୍ୟକ୍ତିଗତ ଭାବେ ସେମିଫାଇନାଲରେ ହରିୟାଣାର ରଜନୀଶଙ୍କୁ ୧୫-୪ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ ଏବଂ ଫାଇନାଲରେ ନିଜ ରାଜ୍ୟର ନିକୁ ପ୍ରଧାନ ଙ୍କୁ ୧୫-୦ରେ ପରାସ୍ତ କରି ଗୋଟିଏ ସ୍ଵର୍ଣ୍ଣ ଏବଂ  ଦଳଗତରେ ପ୍ରଫୁଲ୍ଲ ଖଣ୍ଡାୟତ, ରାଖାଲ ସେଠୀ, ପବିତ୍ର ସାହୁ ଓ ରାଜେଶ ସାହୁଙ୍କୁ ସାଥୀକରି ଫାଇନାଲରେ ହରିୟାଣା ଦଳକୁ ୧୫-୯ରେ ପରାସ୍ତ କରି ଆଉ ଏକ ସ୍ଵର୍ଣ୍ଣ ଜିତିଥିଲେ।

ସେହିପରି ସେ ବ୍ୟକ୍ତିଗତ ସେମିଫାଇନାଲରେ ହରିୟାଣାର ରଜନୀଶଙ୍କୁ ୧୫-୬ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ ଏବଂ ଫାଇନାଲରେ ହରିୟାଣାର ସୁନୀଲ ଫୋଗତଙ୍କ ଠାରୁ୧୫-୯ରେ ପରାସ୍ତ ହୋଇ ପ୍ରଫୁଲ୍ଲ ରୌପ୍ୟରେ ସନ୍ତୁଷ୍ଟ ହେଇଛନ୍ତି। ଆଗକୁ ହେବାକୁ ଥିବା ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗନେବେ ବୋଲି ସେ କହିଛନ୍ତି। ଜଗତସିଂହପୁର ଜିଲ୍ଲାର ଏହି ଦିବ୍ୟାଙ୍ଗ କ୍ରୀଡ଼ାବିତ ପୂର୍ବରୁ ଅନେକ ଥର ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଭଲ ପଦର୍ଶନ କରି ଗୌରବ ଆଣିସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe