ବାଇକ୍ ସହ ଯୁବକଙ୍କ ମୃତଦେହ ଉଦ୍ଧାର

Advertisment
ସମୁଦ୍ରରେ ଜାଲ ଘେରାକୁ ନେଇ ସଂଘର୍ଷ: ପିଟାମରାରୁ ଯୁବକଙ୍କ ମୃତ୍ୟୁ

Bangalore Mirror

ଜଗତସିଂହପୁର: ଜଗତସିଂହପୁର ଅଞ୍ଚଳର ବାଗସାହି କେନାଲରେ ବାଇକ୍ ସହ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଥିଲା। ମୃତକ ଯୁବକ ଜଣକ ହେଉଛନ୍ତି ସ୍ଥାନୀୟ ପୁନଙ୍ଗ ଅଞ୍ଚଳର ସତ୍ୟଜିତ ଦାସ। ଏହି ଖବର ପ୍ରଚାରିତ ହେବା ପରେ ଘଟଣା ସ୍ଥଳରେ ଲୋକ ରୁଣ୍ଢ ହୋଇଛନ୍ତି। ଯୁବକଜଣକ କିପରି କେନାଲରେ ପଡ଼ି ମୃତ୍ୟୁବରଣ କଲେ ତାହା ଜଣା ପଡ଼ିନାହିଁ।
ସୂଚନା ଅନୁସାରେ ସତ୍ୟଜିତ ଗତକାଲି ରାତିରେ ଭୋଜି କରିବାକୁ ଘରୁ ଆସିଥିଲେ। ସତ୍ୟଜିତ ଜଗତସିଂହପୁର ସଦର ମଧ୍ୟରେ ଥିବା ଏକ ମଲରେ କାମ କରୁଥିବା ବେଳେ ଗତକାଲି ରାତିରେ ବାଗସାହି ମଲ କର୍ମଚାରୀମାନଙ୍କ ସହିତ ଭୋଜି କରିଥିବାର ଜଣାଯାଇଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ସତ୍ୟଜିତ ଘରକୁ ଫେରି ନଥିଲେ। ଆଜି ବାଇକ୍ ସହ ତାଙ୍କର ମୃତଦେହ ବାଗସାହି କେନାଲରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପରିବାର ଲୋକଙ୍କ ସହିତ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe