ବାଇକକୁ ଧକା ଦେଇ ନାଳ ଭିତରକୁ ଖସିଲା କାର: ୬ ଆହତ, ଖରାପ ରାସ୍ତାକୁ ଦାୟୀ କଲେ ଲୋକ

35y45y

ଜଗତସିଂହପୁର: କଟକ-ନୂଆଗାଁ ୫୫ ନମ୍ବର ଜାତୀୟ ରାଜପଥର ଚାନ୍ଦୋଳ ନିକଟରେ ଆଜି ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ବାଇକକୁ ଧକା ଦେବା ପରେ ରାସ୍ତା କଡ଼ରେ ଥିବା ସଫେଇକୁ କାର ଖସି ପଡ଼ିବାରୁ ୬ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । 

ମିଳିଥିବା ସୂଚନା ଅନୁସାରେ, ବାଇକଟି ଜଗତସିଂହପୁରରୁ ବାଲିକୁଦା ଅଭିମୁଖେ ଯାଉଥିଲା । ବିପରୀତ ଦିଗରୁ କାର ଆସୁଥିଲା । କାରଟି ବାଇକକୁ ଧକା ଦେବା ପରେ ଭାରସାମ୍ୟ ହରାଇ କଡ଼ରେ ଯାଇଥିବା ନାଳ ଭିତରକୁ ଖସି ପଡ଼ିଥିଲା। ପାଣିରେ କାର ଖସି ପଡ଼ିବା ପରେ ସ୍ଥାନୀୟ ଲୋକ ବହୁ କଷ୍ଟରେ ତା ଭିତରୁ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ବାଇକ ଚାଳକଙ୍କୁ ଉଦ୍ଧାର କରିବା ପରେ ତାଙ୍କର ଗୋଡ଼ ହାଡ଼ ଭାଙ୍ଗି ଯାଇଥିବା ଜଣାପଡ଼ିଥିଲା । 

ଜାତୀୟ ରାଜପଥ ସମ୍ପ୍ରସାରଣ କାମ ଚାଲୁଥିବା ବେଳେ ଦୀର୍ଘ ଦିନ ଧରି ସେହି ସ୍ଥାନରେ ଗୋଡ଼ି, କ୍ରସର ଗୁଣ୍ଡ ପଡ଼ିଛି। ଯାହାଫଳରେ ବର୍ଷା ଯୋଗୁ ରାସ୍ତାରେ ଖାଲଖମା ହୋଇଗଲାଣି। କେତେକ ସ୍ଥାନରେ ବଡ଼ ବଡ଼ ଖାଲ ହୋଇଯାଇଛି। ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଦୁର୍ଘଟଣା ପାଇଁ ଖରାପ ରାସ୍ତାକୁ ଲୋକ ଦାୟୀ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe