ପାରାଦୀପରେ ସଡ଼କ ଦୁର୍ଘଟଣା: ପତି-ପୁତ୍ରଙ୍କ ଆଗରେ ଜୀବନ ହାରିଲେ ମହିଳା

Advertisment

କ୍ଷତିପୂରଣ ଦାବି ନେଇ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ଓ ରାସ୍ତାରୋକ

କ୍ଷତିପୂରଣ ଦାବି ନେଇ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ଓ ରାସ୍ତାରୋକ

ପାରାଦୀପରେ ସଡ଼କ ଦୁର୍ଘଟଣା: ପତି-ପୁତ୍ରଙ୍କ ଆଗରେ ଜୀବନ ହାରିଲେ ମହିଳା

ପାରାଦୀପ: ତାରିଣୀ ଗଡ଼ା ଛକ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମହିଳା ପ୍ରାଣ ହରାଇଛନ୍ତି। ମିଳିଥିବା ସୂଚନା ଅନୁସାରେ କୁଜଙ୍ଗ ଅଞ୍ଚଳର ପାନପଲ୍ଲୀ ଗ୍ରାମର ଲକି ପରିଡ଼ା ନିଜ ସ୍ୱାମୀ ଓ ଦୁଇ ପିଲାଙ୍କ ବାଇକ ଛିଡ଼ା କରି ରାସ୍ତା କଡ଼ରେ ଛିଡା ହୋଇଥିବା ବେଳେ ତାଙ୍କୁ ଏକ ଟ୍ରକ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ମହିଳାଙ୍କ ମୃତ୍ୟୁ ପରେ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବି କରି ଉତ୍ତେଜନା ସୃଷ୍ଟି କରିଥିଲେ ଓ ପରେ ରାସ୍ତାରୋକ ହୋଇଥିଲା। ଫଳରେ ପାରାଦୀପକୁ ଯାତାୟତ ବାଧା ପହଞ୍ଚିଥିଲା। ତାରିଣୀଗଡ଼ା ଛକ ନିକଟରେ ଏକ ହମ୍ପସ୍‌ ନିର୍ମାଣ ଓ ମୃତକଙ୍କ ପରବାରକୁ କ୍ଷତିପୂରଣ ଦାବି ନେଇ ରିପୋର୍ଟ ଲେଖାଯିବା ବେଳକୁ ରାସ୍ତାରୋକ ଜାରି ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe