ଶ୍ରୀ ଗଣେଶ ହୋଟେଲରେ ଦେହ ବେପାର : ଡ୍ରାଇଭର ସହ ଜଣେ ଯୁବତୀ ଅଟକ, ଚାରି ଜଣ ଫେରାର

ଶ୍ରୀ ଗଣେଶ ହୋଟେଲରେ ଦେହ ବେପାର : ଡ୍ରାଇଭର ସହ ଜଣେ ଯୁବତୀ ଅଟକ, ଚାରି ଜଣ ଫେରାର

ଜଗତସିଂହପୁର ଟାଉନ୍ : ଜଗତସିଂହପୁର ସହର ସିପି ଛକଠାରେ ଥିବା ଶ୍ରୀ ଗଣେଶ ହୋଟେଲ୍ ଓ ରେଷ୍ଟୁରାଣ୍ଟରେ ଦେହ ବେପାର ହେଉଥିବା ନେଇ ଆଜି ପ୍ରମାଣ ମିଳିଛି । ଖବର ପାଇ ଜଗତସିଂହପୁର ଥାନା ପୁଲିସ ରାତି ପ୍ରାୟ ସାଢେ ନଅଟା ସମୟରେ ଅତର୍କିତ ଚଢ଼ାଉ କରିଥିଲା। ଜଣେ ଯୁବତୀଙ୍କ ସମେତ ଗାଡ଼ି ଚାଳକକୁ ପୁଲିସ ଧରିଛି। ଅନ୍ୟ ଚାରି ଜଣ ଯୁବକ ଖସି ପଳାଇଛନ୍ତି।

publive-image

ପ୍ରାଥମିକ ତଦନ୍ତରେ ଝିଅ ଭୁବନେଶ୍ୱରରୁ ଆସିଥିବା ବେଳେ ଗାଡ଼ି ଚାଳକ ଜଗତସିଂହପୁର ପୌରାଞ୍ଚଳର ବୋଲି ଜଣା ପଡ଼ିଛି। ତେବେ ଆଜି ସନ୍ଧ୍ୟାରେ ହୋଟେଲ୍ ଉପର ମହଲରେ ଭୀଷଣ ପାଟି ତୁଣ୍ଡ ଶୁଣାଯାଉଥିଲା। ଚାରି ଜଣ ଯୁବକ ଉପର ମହଲାରେ ମଦ ପିଇବା ସହ ଜଣେ ଝିଅ ସହ ଅସଂଜତ ଅବସ୍ଥାରେ ଥିଲେ। ପୁଲିସ ଯିବା ମାତ୍ରେ ସମସ୍ତେ ଦଉଡ଼ି ପାଳେଇଥିଲେ। ଅନ୍ୟପଟେ ଗାଡ଼ି ଚାଳକ ଫେରାର ହେଉଥିବା ବେଳେ ପୁଲିସ ଟିମ୍ କାବୁ କରିଥିଲେ। ଏକ ବିଜିନେସ୍ ଡିଲ୍‌ରେ ଏଭଳି କରାଯାଉଥିବା ନେଇ ଖବର ମିଳିଛି। ପୁଲିସ ଝିଅର ବୟାନ ରେକର୍ଡ କରିବା ସହ ଅଧିକ ତଦନ୍ତ କରୁଛି। ଓଡି ୩୩ ଏନ୍ ୪୧୭୭ ଗାଡ଼ି ଜବତ କରାଯାଇଛି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe