୩ବାଇକ୍‌କୁ ଧକ୍କା ଦେଲା ବୋଲେରୋ: ୬ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି

କୁଜଙ୍ଗ ତ୍ରିଲୋଚନପୁରରେ ଆଜି ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଗୋଟିଏ ବୋଲେରୋ ତିନୋଟି ବାଇକକୁ ସିରିଜ୍ ଧକ୍କା ଦେବା ପରେ ନାଳ ଭିତରକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ବାଇକରେ ଥିବା ୬ ଜଣ ଗୁରୁତର ଆହତ ହୋଇଛନ୍ତି।

f176aab3-14ab-4fdf-a803-6005b8a5b205

ଜଗତସିଂହପୁର: କୁଜଙ୍ଗ ତ୍ରିଲୋଚନପୁରରେ ଆଜି ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଗୋଟିଏ ବୋଲେରୋ ତିନୋଟି ବାଇକକୁ ସିରିଜ୍ ଧକ୍କା ଦେବା ପରେ ନାଳ ଭିତରକୁ ଖସି ପଡ଼ିଛି। ଦୁର୍ଘଟଣାରେ ବାଇକରେ ଥିବା ୬ ଜଣ ଗୁରୁତର ଆହତ ହୋଇଛନ୍ତି।

ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି କୁଜଙ୍ଗ ମେଡିକାଲରେ ଭର୍ତ୍ତି କରିଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ ନୂଆଗାଁର ପ୍ରଫୁଲ ସାହୁ, ଦିଲ୍ଲୀପ ସ୍ୱାଇଁ , ପ୍ରଫୁଲ ସାହୁଙ୍କ ନାତୁଣୀଙ୍କ ସହିତ ଅନ୍ୟ ମାନେ। ସେହିପରି ବୋଲେରୋ ଡ୍ରାଇଭର ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ତ୍ରିଲୋଚନପୁର-ଫତେପୁର ରାସ୍ତାରେ ବାଇକ୍ ଯାଉଥିଲା। ତିନୋଟି ବାଇକରେ ଦୁଇ ଜଣ ଲେଖାଏଁ ଥିଲେ। ସେହି ରାସ୍ତାରେ ଯାଉଥିବା ବୋଲେରୋ ଗୋଟିଏ ପରେ ଗୋଟିଏ ବାଇକକୁ ଧକା ଦେଇଥିଲା। ସମସ୍ତେ ତଳେ ପଡ଼ି ଆହତ ହୋଇଥିଲେ। ଦୁର୍ଘଟଣା ପରେ ବାଇକ୍ ଓ ବୋଲେରୋ ପାଣି ଭିତରକୁ ଖସି ପଡ଼ିଥିଲା। ରିପୋର୍ଟ ଲେଖା ହେଲା ବେଳକୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ପୁଲିସ ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe