ପୁଅ କାଠଫାଳିଆ ମାଡ଼ରେ ମା’ ମୃତ

ପୁଅ କାଠଫାଳିଆ ମାଡ଼ରେ ମା’ ମୃତ

FastMailTV

ଗୋପାଳପୁର : ତିର୍ତ୍ତୋଲ ଥାନା ଅନ୍ତର୍ଗତ ଜଇପୁର ଗ୍ରାମରେ ପୁଅର କାଠଫାଳିଆ ମାଡ଼ରେ ମା’ର ମୃତ୍ୟୁ ଘଟିଛି। ହଜି ଯାଇଥିବା ଏକ ଗାଈକୁ ବାପା ବିକ୍ରି କରି ‌ଦେଇଥିବା ସନ୍ଦେହ କରି ପୁଅ ବାପାଙ୍କୁ କାଠଫାଳିଆରେ ଆକ୍ରମଣ କରୁଥିବା ବେଳେ ତାଙ୍କୁ ରକ୍ଷା କରିବାକୁ ମା’ ଆସିଯିବାରୁ ଏଭଳି ଅଭାବନୀୟ ଘଟଣା ଘଟିଛି। ତିର୍ତ୍ତୋଲ ଥାନା ଅନ୍ତର୍ଗତ ଛପଡ଼ା ପଞ୍ଚାୟତ ଜଇପୁର ଗ୍ରାମର ପାଣୁ ଦାସଙ୍କ ଦୁଇ ପୁଅ ପୀତାମ୍ବର ଓ ପୂର୍ଣ୍ଣାନନ୍ଦଙ୍କ ଭିତରୁ ବଡ଼ପୁଅ ପୀତାମ୍ବର କଳାହାଣ୍ଡିରେ ଚାକିରି କରିଥିବା ବେଳେ ସାନପୁଅ ପୂର୍ଣ୍ଣାନନ୍ଦ ଗାଁରେ ରୁହେ। ଗାଁରେ ପାଣୁଙ୍କ ପତ୍ନା ପାକି ଓ ଦୁଇ ବୋହୂ ମଧ୍ୟ ରୁହନ୍ତି। ଗତକାଲି ସେମାନଙ୍କ ଘରର ଗାଈ କେଉଁଆଡ଼େ ହଜି ଯାଇଥିଲା। ବାପା ଗାଈଟିକୁ ବିକ୍ରି କରି ଦେଇଛନ୍ତି ବୋଲି ପୂର୍ଣ୍ଣାନନ୍ଦ ସନ୍ଦେହ କରିଥିଲା। ଏହାକୁ ନେଇ ଦିନରୁ ଆରମ୍ଭ ହୋଇଥିବା କଳହ ରାତିରେ ଉଗ୍ର ରୂପ ନେଇଥିଲା। ରାତି ପ୍ରାୟ ୧୧ଟା ବେଳେ ପୂର୍ଣ୍ଣାନନ୍ଦ ଏକ କାଠଫାଳିଆରେ ବାପାଙ୍କୁ ଆକ୍ରମଣ କରିଥିଲା। ସ୍ବାମୀଙ୍କୁ ବଞ୍ଚାଇବା ପାଇଁ ଆଗକୁ ଆସିଯିବାରୁ କାଠଫାଳିଆ ମୁଣ୍ଡରେ ବାଜିବାରୁ ଘଟଣାସ୍ଥଳରେ ପାକି(୭୦) ‌ମୃତ୍ୟୁବରଣ କରିଥିଲେ। ପୀତାମ୍ବର କଳାହାଣ୍ଡି ଥାନା ଜରିଆରେ ଏ ଖବର ତିର୍ତ୍ତୋଲ ଥାନାକୁ ଜଣାଇଥିଲେ। ପୁଲିସ ଶବକୁ ଜବତ କରିବା ସହ ଅଭିଯୁକ୍ତ ପୁଅ ପୂର୍ଣ୍ଣାନନ୍ଦଙ୍କୁ ଅଟକ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe