ବାପାଙ୍କୁ ହତ୍ୟା ଉଦ୍ୟମ, ଜେଲ୍ ଗଲା ପୁଅ

ଘରେ ଅଶ୍କୀଳ ଗାଳିଗୁଲଜ ସହିତ ଗଣ୍ଡଗୋଳ କରୁଥିବା ପୁଅକୁ ବିରୋଧ କରିବାରୁ ବାପାଙ୍କୁ କିରୋସିନି ଢାଳି ମାରିଦେବାକୁ ଉଦ୍ୟମ କରାଯାଇଥିବାର ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଆମ୍ବିକି ଚାଉଳିଆ ଗ୍ରାମର କମଲ କୁମାର ଦତ୍ତ (୬୨) ଏରସମା ଥାନାରେ ଅଭିଯୋଗ କରିଛନ୍ତି।

arrest

Photograph: (Van Severen Law Office)

ଏରସମା: ଘରେ ଅଶ୍କୀଳ ଗାଳିଗୁଲଜ ସହିତ ଗଣ୍ଡଗୋଳ କରୁଥିବା ପୁଅକୁ ବିରୋଧ କରିବାରୁ ବାପାଙ୍କୁ କିରୋସିନି ଢାଳି ମାରିଦେବାକୁ ଉଦ୍ୟମ କରାଯାଇଥିବାର ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଆମ୍ବିକି ଚାଉଳିଆ ଗ୍ରାମର କମଲ କୁମାର ଦତ୍ତ (୬୨) ଏରସମା ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗରୁ ଜଣାପଡ଼ିଛି ଗତ ୯ ତାରିଖ ସକାଳେ ସୁକୁମାର ଦତ୍ତ ଘରେ ଗଣ୍ଡଗୋଳ ସହିତ ଅଶ୍ଳୀଳ ଭାଷାରେ ଗାଳି କରିଥିଲେ। ଏହି ଘଟଣାକୁ ବାପା କମଲ କୁମାର ଦତ୍ତ ବିରୋଧ କରିବାରୁ ତାଙ୍କୁ ଆକ୍ରମଣ କରିଥିଲା ଶୁକୁମାର। ବଡ଼ବୋହୂ ଅଟକାଇବାକୁ ଆସିବାରୁ ତାଙ୍କୁ ମଧ୍ୟ ଗାଳିଗୁଲଜ କରାଯାଇଥିଲା। ଏଥିସହିତ ତାଙ୍କୁ କିରୋସିନି ଢାଳି ପୋଡି ମାରିଦେବାକୁ ଶୁକୁମାର ଉଦ୍ୟମ କରୁଥିବାବେଳେ ଗାଁ ଲୋକମାନେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ।

ଅଭିଯୋଗକୁ ଭିତ୍ତି କରି ଏ ସମ୍ପର୍କରେ ଏରସମା ଥାନାରେ ଏକ ମାମଲା ରୁଜୁ ସହିତ ଅଭିଯୁକ୍ ଶୁକୁମାର ଦତ୍ତକୁ କୋର୍ଟ ଚାଲାଣ କରାଯାଇଥିବାର ବୋଲି ଥାନାଧିକାରୀ ପ୍ରେମଜିତ ଦାସ ସୁଚନା ଦେଇଛନ୍ତି।

Jagatsinghpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe