ଭାଙ୍ଗିଗଲା ଖରାଦିନିଆ ରାସ୍ତା

Advertisment
ଭାଙ୍ଗିଗଲା ଖରାଦିନିଆ ରାସ୍ତା

ତିର୍ତ୍ତୋଲ: ଗତକାଲି ରାତିରେ ତିର୍ତ୍ତୋଲ-ପୋଷଲ ମହାନଦୀ ଉପରେ ଗ୍ରାମୀଣ ଉନ୍ନୟନ ବିଭାଗ ତରଫରୁ ୧୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ଖରାଦିନିଆ ରାସ୍ତାଟି ଗତ ୧୩ ତାରିଖରେ ଭାଙ୍ଗିଯାଇଛି। ବିଭାଗ ତରଫରୁ ବିଳମ୍ବରେ ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ନିମ୍ନମାନର ରାସ୍ତା ନିର୍ମାଣ କାମ ହୋଇଥିବା ଯୋଗୁଁ ଏପରି ହୋଇଥିବା ଜଣାପଡ଼ିଛି । ବିଭାଗୀୟ କର୍ତ୍ତୃପକ୍ଷ ଏବଂ ଠିକାଦରଙ୍କ ସଲାସୁତୁରାରେ ଏପରି ନିମ୍ନମାନର କାମ ହୋଇଥିବା ଅଭିଯୋଗ ହୋଇଛି।
ପ୍ରକାଶଯୋଗ୍ୟ ଯେ ଏହି ରାସ୍ତା ଉପରେ ଧୋୟା ଅଞ୍ଚଳର ୬ଟି ପଞ୍ଚାୟତର ସ୍ଥାନୀୟ ଲୋକେ ନିର୍ଭର କରିଥାନ୍ତି । ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଲୋକମାନେ ଏହି ବାଟ ଦେଇ ଯା’ ଆସ କରିଥାନ୍ତି । ପ୍ରତି ବର୍ଷ ରଜ ପରେ ମହାନଦୀରେ ପାଣି ଆସିଥାଏ । ତା’ପରେ ବିଭାଗୀୟ କର୍ତ୍ତୃପକ୍ଷ ରାସ୍ତାକୁ ବନ୍ଦ କରି ଦିଅନ୍ତି । । ହେଲେ, ଚଳିତ ବର୍ଷ ନଦୀରେ ପାଣି ଆସିବା ପୂର୍ବରୁ ହିଁ ଖରାଦିନିଆ ରାସ୍ତା ଭାଙ୍ଗି ଯାଇଛି । ଏ ନେଇ ସାଧାରଣମାନେ ଅସନ୍ତୋଷ ବୃଦ୍ଧି ପାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe