କୋର୍ଟ ବିବାହ ପାଇଁ ଜଗତସିଂହପୁର ସବ୍ ରେଜିଷ୍ଟ୍ରାର ଅଫିସରେ ଆବେଦନ କଲେ ତିର୍ତ୍ତୋଲ ବିଧାୟକ ଓ ତାଙ୍କ ପ୍ରେମିକା

Advertisment
କୋର୍ଟ ବିବାହ ପାଇଁ ଜଗତସିଂହପୁର ସବ୍ ରେଜିଷ୍ଟ୍ରାର ଅଫିସରେ ଆବେଦନ କଲେ ତିର୍ତ୍ତୋଲ ବିଧାୟକ ଓ ତାଙ୍କ ପ୍ରେମିକା

ଜଗତସିଂହପୁର: ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସ ଓ ତାଙ୍କ ପ୍ରେମିକା ସୋମାଲିକା ଦାଶ କୋର୍ଟ ବିବାହ ପାଇଁ ଜଗତସିଂହପୁର ସବ୍ ରେଜିଷ୍ଟ୍ରାର ଅଫିସରେ ଆବେଦନ କରିଥିବା ଜଣାଯାଇଛି। ଏଥିଲାଗି ଦୁହିଁଙ୍କୁ ଆଜି ଜଗତସିଂହପୁର ସବ୍ ରେଜିଷ୍ଟ୍ରାର ଅଫିସରେ ଦେଖିବାକୁ ମିଳିଥିଲା। ଉଭୟେକୋର୍ଟ ବିବାହ ପାଇଁ ଜଗତସିଂହପୁର ସବ୍ ରେଜିଷ୍ଟ୍ରାର ଅଫିସରେ ଆବେଦନ କରିଛନ୍ତି। ସେଦୁହେଁ ପ୍ରେମରେ ଥିବା ନେଇ କିଛି ଦିନ ଧରି ଚର୍ଚ୍ଚା ଜୋର୍ ଧରିଛି। ଏହି ଘଟଣା ଏବେ ତିର୍ତ୍ତୋଲ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

publive-image
ସୂଚନାଯୋଗ୍ୟ, ୨୦୧୯ରେ ତିର୍ତ୍ତୋଲ ବିଧାୟକ ଭାବେ ବିଷ୍ଣୁଚରଣ ଦାସ ନିର୍ବାଚିତ ହୋଇଥିଲେ ଏହାର କିଛିଦିନ ପରେ ଅସୁସ୍ଥତା ହେତୁ ତାଙ୍କର ପରଲୋକ ଘଟିଲା। ଫଳରେ ଖାଲି ପଡ଼ିଥିବା ତିର୍ତ୍ତୋଲ ଆସନ ଲାଗି ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ ବିଜେଡି ପକ୍ଷରୁ ସ୍ବର୍ଗତଃ ଦାସଙ୍କ ପୁତ୍ର ବିଜୟଶଙ୍କରଙ୍କୁ ପ୍ରାର୍ଥୀ କରାଯାଇଥିଲା। ଆଉ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ପରାସ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe