ତିର୍ତୋଲ ନିର୍ବାଚନ ଦୃଶ୍ୟପଟ୍ଟ: ସଞ୍ଜୟଙ୍କୁ କର୍ମୀ ଅଲଗା ଅଲଗା ଭେଟିଲେ

Advertisment

ଭୁବନେଶ୍ବରରେ ଏକାଠି, ଗାଁରେ ଫାଙ୍କ୍‌

ଭୁବନେଶ୍ବରରେ ଏକାଠି, ଗାଁରେ ଫାଙ୍କ୍‌

ତିର୍ତୋଲ ନିର୍ବାଚନ ଦୃଶ୍ୟପଟ୍ଟ: ସଞ୍ଜୟଙ୍କୁ କର୍ମୀ ଅଲଗା ଅଲଗା ଭେଟିଲେ

Sambad

ଜଗତସିଂହପୁର ଟାଉନ୍: ଗତକାଲି ମନ୍ତ୍ରୀ ଅରୁଣ ସାହୁଙ୍କ ବିରିଡ଼ି ଗସ୍ତ ବେଳେ ଦୁଇ ଗୋଷ୍ଠୀ ପୃଥକ୍‌ ପୃଥକ୍‌ ସ୍ଥାନରେ ଏକାଠି ହୋଇଥିବାରୁ ବାଧ୍ୟ ହୋଇ ମନ୍ତ୍ରୀ ସେମାନଙ୍କୁ ଅଲଗା ଅଲଗା ସ୍ଥାନରେ ଭେଟିଥିଲେ। ଆଜି ସମାନ ଚିତ୍ର ରଘୁନାଥପୁରରେ ଦେଖିବାକୁ ମିଳିଛି। ବରିଷ୍ଠ ବିଜେଡି ନେତା ସଂଜୟ ଦାସବର୍ମା ରଘୁନାଥପୁର ଆସିଥିବା ବେଳେ ଉଭୟ ଗୋଷ୍ଠୀ ତାଙ୍କୁ ଅଲଗା ଅଲଗା ଭେଟିଥିଲେ। ଦୁଇ ଗୋଷ୍ଠୀଙ୍କୁ ସାଙ୍ଗରେ ନେଇ ପଂଚାୟତସ୍ତରରେ ଥିବା ନେତାଙ୍କ ଘରକୁ ଯାଇଥିଲେ। ହେଲେ କେହି କାହା ମୁହଁକୁ ଚାହିଁଲେନି କି କଥା ହେଲେ ନାହିଁ।

ତେବେ ଭୁବନେଶ୍ବରର ମିଶ୍ରଣ ଫର୍ମୁଲା ଆଜି ନିର୍ବାଚନ ମଣ୍ତଳୀରେ କାମ ଦେଲା ନାହିଁ ବୋଲି ଚର୍ଚ୍ଚା ହେଉଛି। ଗତ ୬ ତାରିଖ ଦିନ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମାଙ୍କ ବାସଭବନରେ ରଘୁନାଥପୁର ବ୍ଲକ୍ ବିଜେଡିର ଦୁଇ ଗୋଷ୍ଠୀଙ୍କୁ ନେଇ ଆଲୋଚନା ହୋଇଥିଲା। ମୁଖ୍ୟମନ୍ତ୍ରୀ ଯାହାକୁ ପ୍ରାର୍ଥୀ କରିବେ ତାକୁ ସମସ୍ତେ ସମର୍ଥନ କରିବେ ବୋଲି କହିଥିଲେ। ହେଲେ ନିର୍ବାଚନ ମଣ୍ତଳୀରେ ଦୁଇ ଗୋଷ୍ଠୀଙ୍କ ଅବସ୍ଥା ପୂର୍ବରୁ ଯାହା ଥିଲା ଏବେ ତାହା ରହିଛି। କୌଣିସି ପରିବର୍ତନ ହେଉନାହିଁ।

publive-image Sambad

ସଂଜୟ ପ୍ରଥମେ ଆସି ରଘୁନାଥପୁର ବଜାର ପୂର୍ବରୁ ଥିବା ବିଷ୍ଣୁ ଦାସଙ୍କ ସମର୍ଥକ ସରୋଜକାନ୍ତ ସ୍ବାଇଁଙ୍କ ଘରେ ଥିବା କର୍ମୀ ଓ ନେତାଙ୍କୁ ଭେଟିଥିଲେ। ତାପରେ ଦେବାଶିଷ ତ୍ରିପାଠୀଙ୍କ ଘରକୁ ଆସିଥିଲେ। ସେଠାରେ ଥିବା କର୍ମୀଙ୍କ ସହ ଆଲୋଚନା କରିଥିଲେ। ତେବେ ଉଭୟ ଗୋଷ୍ଠୀର ଦେବାଶିଷ ତ୍ରିପାଠୀ ଓ ସରୋଜ କାନ୍ତ ସ୍ବାଇଁଙ୍କୁ ନେଇ ଶ୍ରୀ ଦାସବର୍ମା ଚିକିଣିଆ ଅଭିମୁଖେ ଯାଇଥିଲେ। ହେଲେ କେହି କାହାକୁ ଚାହିଁଲେ ନାହିଁ କି କଥା ହେଲେ ନାହିଁ। ସରୋଜକାନ୍ତ ସ୍ବାଇଁ ନିଜର କର୍ମୀଙ୍କ ଘରକୁ ଯିବା ବେଳେ ସେ ନିଜେ ଯାଉଥିଲେ ଏବଂ ସମାନ ଭାବେ ଦେବାଶିଷ ତ୍ରିପାଠୀ ନିଜ କର୍ମୀଙ୍କ ଘରକୁ ଯାଉଥିଲେ। ଏକାଠି ହୋଇ କୌଣସି କର୍ମୀଙ୍କ ଘରକୁ ଯାଇ ନଥିଲେ।

ଜଣେ କାର୍‌ରେ ବସିଲେ ଅନ୍ୟ ଜଣେ ସଂଜୟ ଦାସବର୍ମାଙ୍କ ସହିତ ଯାଉଥିବାର ଦେଖିବାକୁ ମିଳିଥିଲା। ତେବେ ଉଭୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ କୁଣ୍ଠାବୋଧ କରିଥିଲେ। ଅନ୍ୟପଟେ ଶ୍ରୀ ଦାସ ବର୍ମା କହିଛନ୍ତି ଯେ ସ୍ବର୍ଗତ ବିଷ୍ଣୁ ଦାସଙ୍କ ପ୍ରତି ଏ ଅଂଚଳରେ ସମର୍ଥନ ଥିଲା। ଏବେ ବି ରହିଛି। ଆମ ଭିତରେ କୌଣସି କନ୍ଦଳ ନାହିଁ। ମତପାର୍ଥକ୍ୟ ଥାଇ ପାରେ। ସମସ୍ତଙ୍କୁ ସାଥିରେ ନେଇ ନିର୍ବାଚନ ଲଢ଼ାଯିବ। ମୁଖ୍ୟମନ୍ତ୍ରୀ ଯାହାକୁ ପ୍ରାର୍ଥୀ କରିବେ ଆମେ ସମେସ୍ତ ତାଙ୍କୁ ବିଜୟୀ କରିବାକୁ ଉଦ୍ୟମ କରିବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe