ପିପିଏଲ ସାର କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ୪ ଟି ଟ୍ରେନ ବଗି ଲାଇନଚ୍ୟୁତ

Advertisment
ପିପିଏଲ ସାର କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ୪ ଟି ଟ୍ରେନ ବଗି ଲାଇନଚ୍ୟୁତ

ପାରାଦୀପ: ପାରାଦୀପରେ ଥିବା ପିପିଏଲ ସାର କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଲାଇନଚ୍ୟୁତ ହୋଇଛି ଟ୍ରେନ ବଗି। ୪ ଟି ବଗି ଲାଇନଚ୍ୟୁତ ହୋଇଥିବା ବେଳେ ପିପିଏଲ କାରଖାନା ଭିତରକୁ ଓ କାରଖାନା ଭିତରୁ ବାହାରକୁ ଯିବା ଆସିବା ବନ୍ଦ ହୋଇଯାଇଛି।

ମିଳିଥିବା ସୂଚନା ଅନୁସାରେ ଟ୍ରେନ ଟି ପିପିଏଲ କାରଖାନାରୁ ଜିପସମ ନେବାକୁ ଆସୁଥିବା ବେଳେ ଫାଟକ ନିକଟରେ ଏହାର ୪ ଟି ବଗି ଲାଇନଚ୍ୟୁତ ହୋଇଥିଲା। ଟ୍ରେନ ଲାଇନରୁ ବଗି ଛିଟିକି ବାହାରି ଯାଇଥିଲା। ତେବେ ଏଥିରେ କାହାରି କୈାଣସି କ୍ଷତି ହୋଇ ନଥିବା ବେଳେ , ମେସିନ ସାହାଯ୍ୟରେ ବଗିକୁ ଲାଇନ ଉପରକୁ ନେବାକୁ ଚେଷ୍ଟା ଜାରି ରହିଛି। ତେବେ ଲାଇନଚ୍ୟୁତର କାରଣ ସ୍ପଷ୍ଟ ଜଣାପଡ଼ି ନାହିଁ, ଲାଇନ ଉପରେ ଗୋଡ଼ି ପଡ଼ିଥିବାରୁ ଏପରି ଘଟିଥିବା ଅନୁମାନ କରାଯାଉଛି। ଡବା ଖିଲିଥିବାରୁ ଏହି ଗୋଡ଼ି ଟ୍ରେନ ଚକାରେ ଲାଗି, ଚକା ଛିଟିକି ଯାଇଥିବା ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe