ପୋଲରୁ ମହାନଦୀକୁ ଖସିଲା ଟ୍ରକ୍‌, ଉଦ୍ଧାର କାର୍ଯ୍ୟ ଜାରି, ୨ ମାସ ମଧ୍ୟରେ ୨ୟ ଘଟଣା

ପୋଲରୁ ମହାନଦୀକୁ ଖସିଲା ଟ୍ରକ୍‌, ଉଦ୍ଧାର କାର୍ଯ୍ୟ ଜାରି, ୨ ମାସ ମଧ୍ୟରେ ୨ୟ ଘଟଣା

ପାରାଦୀପ: ମହାନଦୀକୁ ପୁଣି ଥରେ ଏକ ଟ୍ରକ୍‌ ଖସିପଡ଼ିଛି। ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଅଞ୍ଚଳରେ ଥିବା ଭୁତମୁଣ୍ଡାଇ ଠାରେ ଏହି ଦୁର୍ଘଟଣା ଘଟିଛି। ଜାତୀୟ ରାଜପଥ ନମ୍ବର-୫(କ)ରେ ପାରାଦୀପ ଠାରୁ ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଯାଉଥିବା ଟ୍ରକ ଭାରସାମ୍ୟ ହରାଇ ଆଜି ଅପରାହ୍ନରେ ପ୍ରାୟ ୪ଟାରେ  ମହାନଦୀକୁ ଖସିପଡ଼ିଥିଲା। ଟ୍ରକ୍‌ରେ ଜଣେ ଚାଳକ ଓ ଜଣେ ହେଲପର୍‌ ଥିବା ସନ୍ଦେହ କରାଯାଉଛି।

ମିଳିଥିବା ସୂଚନା ଅନୁସାରେ ୧୪ ଚକିଆ ଟ୍ରକ୍‌ର ଚାଳକ ଭାରସାମ୍ୟ ହରାଇଥିଲେ। ଫଳରେ ଟ୍ରକଟି ମହାନଦୀକୁ ଖସି ପଡ଼ିଥିଲା। ମହାନଦୀକୁ ଖସିପଡ଼ିବା ପରେ ଟ୍ରକ ପଛରେ ଆସୁଥିବା ଅନ୍ୟ ଲୋକମାନେ ଘଟଣାକୁ ଦେଖିଥିଲେ। ସେମାନେ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଟ୍ରକର ଚାଳକ ଓ ହେଲପରଙ୍କ ପତ୍ତା ମିଳିନାହିଁ। ସେହିଭଳି ଟ୍ରକଟି କେଉଁ ଅଞ୍ଚଳର ଓ ଏହାର ମାଲିକ କିଏ ଉଦ୍ଧାର ପରେ ଜଣାପଡ଼ିବ।

publive-image

ବର୍ତ୍ତମାନ ମହାନଦୀରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ଉଦ୍ଧାର କାର୍ଯ୍ୟ କରିପାରି ନାହାନ୍ତି। ସୂଚନାଯୋଗ୍ୟ ୨ ମାସ ତଳେ ମଧ୍ୟ ଘଟଣାସ୍ଥଳର ଅଳ୍ପ ଦୂରରେ ଏକ ଟ୍ରକ୍‌ ମହାନଦୀକୁ ଖସିପଡ଼ିଥିଲା। ବହୁ କଷ୍ଟରେ ସେହି ଟ୍ରକ୍‌କୁ ଉଦ୍ଧାର କରାଯାଇଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ମହାନଦୀର ପୋଲ ଦୁର୍ବଳ ହୋଇଯାଇଥିବାରୁ ଏଭଳି ଦୁର୍ଘଟଣା ବାରମ୍ବାର ଘଟୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe