ରେଳବାଇରେ ଚାକିରି ନାଁରେ ୨୫ ଲକ୍ଷ ଠକେଇ: ଅଭିଯୁକ୍ତ ଗିରଫ

ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ ଏରସମା ଗ୍ରାମରେ ରେଲୱେରେ ଚାକିରି କରେଇଦେବା କହି ଦୁଇ ଜଣ ଯୁବକ ୨୫ ଲକ୍ଷ ଠକି ନେଇଥିବା ଅଭିଯୋଗରେ ଶନିବାର ଗିରଫ ହୋଇଛନ୍ତିl

Train

ଏରସମା: ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ ଏରସମା ଗ୍ରାମରେ ରେଲୱେରେ ଚାକିରି କରେଇଦେବା କହି ଦୁଇ ଜଣ ଯୁବକ ୨୫ ଲକ୍ଷ ଠକି ନେଇଥିବା ଅଭିଯୋଗରେ ଶନିବାର ଗିରଫ ହୋଇଛନ୍ତିl ସେମାନେ ହେଲେ ଏରସମାର ନିରାକାର ସ୍ୱାଇଁ (୪୦) ଓ ତିର୍ତୋଲ ଅଞ୍ଚଳର ରାକେଶ ମହାନ୍ତି (୩୮)।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏରସମାର ଉମାଶଙ୍କର ସାହୁଙ୍କୁ ରେଲୱେରେ ଚାକିରି କରାଇଦେବା ପାଇଁ ୨୫ ଲକ୍ଷ ଟଙ୍କା ଅଭିଯୁକ୍ତ ଦୁଇଜଣ ମାଗିଥିଲେl

ଉମାଶଙ୍କର ଫୋନପେ ମାଧ୍ୟମରେ ରାକେଶଙ୍କ ଜଣେ ସମ୍ପର୍କୀୟଙ୍କ ଆକାଉଣ୍ଟକୁ ୨୫ ଲକ୍ଷ ଗତ ବର୍ଷ ପଠାଇ ଥିଲେl ବର୍ଷେ ହେଲା ଚାକିରି ନହେବାରୁ ଉମାଶଙ୍କର ଭୁବନେଶ୍ୱରସ୍ଥିତ ସାଇବର ଥାନାରେ ଅଭିଯୋଗ କରିଥିଲେl ସେହି ଅଭିଯୋଗ ବଳରେ ଏରସମା ଥାନା ପକ୍ଷରୁ କେଶ ନଂ ୧୭୦/୨୫ରେ ଶନିବାର ରାକେଶ ମହାନ୍ତି ଓ ନିରାକାର ସ୍ୱାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତିl

Jagatsinghpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe