Advertisment

Amit Shah: ମା’ ଓ ଭଉଣୀଙ୍କୁ ଆତ୍ମନିର୍ଭରଶୀଳ କରାଯିବ: ଶାହ

Advertisment

କେନ୍ଦ୍ର ଗୃହ ଓ ସହକାରିତା ମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଅପରାହ୍‌ଣରେ ପାରାଦୀପରେ ସଲଫ୍ୟୁରିକ୍‌ ଏସଡ୍‌-୩ କାରଖାନା ଲୋକାର୍ପଣ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଗ୍ରାମୀଣ ଜୀବନକୁ ସମୃଦ୍ଧ କରାଯିବ।

କେନ୍ଦ୍ର ଗୃହ ଓ ସହକାରିତା ମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଅପରାହ୍‌ଣରେ ପାରାଦୀପରେ ସଲଫ୍ୟୁରିକ୍‌ ଏସଡ୍‌-୩ କାରଖାନା ଲୋକାର୍ପଣ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଗ୍ରାମୀଣ ଜୀବନକୁ ସମୃଦ୍ଧ କରାଯିବ।

Untitled-17.jpg

ଭୁବନେଶ୍ବର: କେନ୍ଦ୍ର ଗୃହ ଓ ସହକାରିତା ମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଅପରାହ୍‌ଣରେ ପାରାଦୀପରେ ସଲଫ୍ୟୁରିକ୍‌ ଏସଡ୍‌-୩ କାରଖାନା ଲୋକାର୍ପଣ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଗ୍ରାମୀଣ ଜୀବନକୁ ସମୃଦ୍ଧ କରାଯିବ। ଇଫ୍‌କୋ  ଉପରେ ସେ କହିଛନ୍ତି ‘ଇଫ୍‌କୋ ପାଇଁ ଭାରତ ଗର୍ବିତ।’ ଇଫ୍‌କୋ ୩୬ ହଜାର କୋ-ଅପରେଟିଭର ମାଲିକ। ୫ କୋଟି ଚାଷୀଙ୍କୁ ଲାଭ ପହଞ୍ଚାଉଛି। ୨୮ ହଜାର କୋଟିର ନେଟୱର୍କ ବଢ଼ାଇଛି। ଭାରତରୁ ନାନୋ ୟୁରିଆ, ନାନୋ ଡିଏପି, ନାନୋ କପର ବିଦେଶକୁ ରପ୍ତାନୀ କରାଯାଉଛି। 

କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହ କହିଛନ୍ତି, ଓଡ଼ିଶାର ଜନତାଙ୍କୁ ପ୍ରତିଶ୍ରୁତି ଦେଉଛି କୋଅପରେଟିଭ ମାଧ୍ୟମରେ ଗ୍ରାମୀଣ ଜନଜୀବନ, ମା’ ଓ ଭଉଣୀଙ୍କୁ ଆତ୍ମନିର୍ଭରଶୀଳ କରାଯିବ। ଗୁଜୁରାଟ ପରି ଓଡ଼ିଶାର ବିକାଶ ହେବ। ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଆତ୍ମନିର୍ଭରଶୀଳକୁ ଗୁରୁତ୍ବ ଦେଉଛନ୍ତି। ମତ୍ସ୍ୟପାଳନକୁ ମଧ୍ୟ ଗୁରୁତ୍ବ ଦିଆଯିବ। 

ଆହୁରି ପଢ଼ନ୍ତୁ: Amit Shah: ଭୁବନେଶ୍ୱରରେ ପହଞ୍ଚିଲେ ଅମିତ ଶାହ, ଦିନିକିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe