ପାରାଦୀପ: ଦୂର ସମୁଦ୍ରରେ ଧରାପଡିଲେ ସନ୍ଦିଗ୍ଧ ଯୁବକ। ପରାଦୀପ ସମୁଦ୍ର ମଝିରେ ଜଣେ ଯୁବକଙ୍କୁ ବୋଟ୍ରେ ଚଢ଼ିଯିବାର ଦେଖିବାକୁ ମିଳିଛି। ଚିଲିକା ମୁହାଣରୁ ୭୧ କିଲୋମିଟର ଦୂରତାରେ ଜଣେ ଅଜଣା ଯୁବକ ବୋଟ୍ରେ ଚଢ଼ିବା ନେଇ ସଂପୃକ୍ତ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ମଝି ସମୁଦ୍ରରେ ପହଁରି ପହଁରି ଆସୁଥିବା ଯୁବକକୁ ଅଚାନକ ଦେଖିବାକୁ ପାଇଲେ ମତ୍ସ୍ୟଜୀବୀ। ଲଙ୍ଗର ପକାଇ ଠିଆ ହୋଇଥିବା ଓମ ନମଃ ଶିବାୟ ବୋଟରେ ସମ୍ପୃକ୍ତ ଯୁବକ ଚଢିଥିବା ସୂଚନା ମିଳିଛି।
ସମ୍ପୃକ୍ତ ଯୁବକଙ୍କୁ ଅଚାନକ ବୋଟ୍ରେ ଚଢୁଥିବାର ଦେଖି ମତ୍ସ୍ୟଜୀବୀମାନେ ଭୟଭୀତ ହୋଇ ତୁରନ୍ତ ପୁଲିସ୍କୁ ଖବର ଦେଇଥିଲେ। ସେମାନେ ପୁଲିସକୁ ଖବର ଦେବା ସହ ସଂଦିଗ୍ଧ ଯୁବକଙ୍କୁ ପାରାଦୀପ ଆଣୁଛନ୍ତି। ତାଙ୍କୁ ପୁଲିସ ଓ ତଟରକ୍ଷୀ ବାହିନୀକୁ ହସ୍ତାନ୍ତର କରିବା ପରେ ପଚରାଉଚରା କରାଯିବ ବୋଲି ଜଣାପଡ଼ଛି। ସନ୍ଦିଗ୍ଧ ଯୁବକକୁ ନେଇ ଏକପ୍ରକାର ଭୟଭୀତ ହୋଇ ଉଠିଛନ୍ତି ମତ୍ସ୍ୟଜୀବୀ। ତେବେ ସେ ଜଣେ ଅସହାୟ ବ୍ୟକ୍ତି ନା ଅନୁପ୍ରବେଶକାରୀ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
Follow Us