ବିଧବା ବୃଦ୍ଧାଙ୍କ ଘର ଜଳିଗଲା

Advertisment
ବିଧବା ବୃଦ୍ଧାଙ୍କ ଘର ଜଳିଗଲା

ବାଲିକୁଦା: ବାଲିକୁଦା ତହସିଲ ଅଧିନ ଅପଣ୍ଡରା ପଞ୍ଚାୟତ ନଲରା ଗ୍ରାମରେ ଗତକାଲି ରାତିରେ ଅଗ୍ନିକାଣ୍ଡ ଘଟି ବିଧବା ବୃଦ୍ଧା ସୋଲ ସ୍ୱାଇଁଙ୍କ ଦୁଇ ବଖରା ଆଜବେଷ୍ଟସ୍‌ ଘର ପୋଡ଼ିଯାଇଛି। ବୃଦ୍ଧା ସୋଲ ନିଜ ଘରେ ଏକା ରହୁଥିବା ବେଳେ ପୁଅଓ ବୋହୂ ଭୁବନେଶ୍ୱରରେ ରହନ୍ତି। ବୟସାଧିକ କାରଣରୁ ତାଙ୍କ ଆଖିକୁ ଭଲ ଦିଶୁନାହିଁ। ଗତକାଲି ସେ ଶୋଇଥିବା ସମୟରେ ରାତି ପ୍ରାୟ ସାଢେ ୧୨ଟା ସମୟରେ ଅଗ୍ନିକାଣ୍ଡ ଘଟିଥିଲା। ଘରେ ଧୂଆଁ ହେବା ପରେ ସୋଲ ଜାଣିପାରି ଗୁରୁଣ୍ଡି ଗୁରୁଣ୍ଡି ବାହାରକୁ ଚାଲି ଆସି ଡାକ ପକାଇଥିଲେ। ଗାଁ ଲୋକେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇ ନ ଥିଲା। ବାଲିକୁଦା ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe