ହତ୍ୟା ଉଦ୍ୟମକାରୀକୁ ଜେଲ୍‌ ଦଣ୍ଡାଦେଶ

Advertisment
ହତ୍ୟା ଉଦ୍ୟମକାରୀକୁ ଜେଲ୍‌ ଦଣ୍ଡାଦେଶ

Free Press Journal

ଧର୍ମଗଡ଼: ଦୁଇବର୍ଷ ତଳେ ଘଟିଥିବା ଏକ ହତ୍ୟା ଉଦ୍ୟମ ମାମଲାର ବିଚାର କରି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଜଜ୍‌ ସୁରେଶ ଚନ୍ଦ୍ର ପ୍ରଧାନ ତାଙ୍କ ରାୟ ପ୍ରକାଶ କରିଛନ୍ତି। ମାମଲାର ଅଭିଯୁକ୍ତ ଜୟପାଟଣା ଆଦିବାସୀ ପଡ଼ାର ମୁନା ମାଝୀକୁ ଦୋଷୀ ସାବ୍ୟସ୍ତ କରି ତାକୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି।
ସୂଚନା ଅନୁସାରେ, ୨୧.୧୧.୨୦୨୧ ତାରିଖ ରାତିରେ ଜୟପାଟଣା ଆଦିବାସୀ ପଡ଼ାର ନକୁଲ ମାଝୀ ତାଙ୍କ ଘରେ ଶୋଇଥିଲେ। ରାତି ପ୍ରାୟ ୧୧ଟାରେ ସେହି ଗାଁର ମୁନା ମାଝୀ ଆସି ଏକ ଧାରୁଆ ଅସ୍ତ୍ରରେ ତାଙ୍କ ଗଳା କାଟି ହତ୍ୟା ଉଦ୍ୟମ କରିଥିଲା। ନକୁଳ ଚିତ୍କାର କରିବାରୁ ମୁନା ଦୌଡ଼ି ପଳାଇ ଯାଇଥିଲା। ଏନେଇ ନକୁଳଙ୍କ ଭାଇବୋହୂ ସରସ୍ବତୀ ମାଝୀ ଜୟପାଟଣା ଥାନାରେ ଏତଲା ଦେଇଥିଲେ। ପୁଲିସ ନଂ ୪୧୪/୨୧ରେ ଏକ ମାମଲା ରୁଜୁ କରି ମୁନାକୁ କୋର୍ଟ ଚାଲାଣ କରିଥିଲା। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଶନିବାର ଅତିରିକ୍ତ ଜିଲ୍ଲା ଜଜ୍‌ ଶ୍ରୀ ପ୍ରଧାନ ଉପରୋକ୍ତ ରାୟ ଶୁଣାଇଛନ୍ତି। ମାମଲାକୁ ସରକାରୀ ଓକିଲ ପୂର୍ଣ୍ଣଚନ୍ଦ୍ର ନାଗ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe