ଝାରସୁଗୁଡ଼ା: ସମ୍ବଲପୁରୀ ଆଲବମ୍ ଅଭିନେତ୍ରୀ ସିମରନ୍ ସିଂ ମୃତ୍ୟୁ ମାମଲାରେ ତାଙ୍କର ସ୍ୱାମୀ ଧ୍ରୁବରାଜ୍ ସୁନା ଓରଫ୍ ଯୁଗଙ୍କୁ ବଲାଙ୍ଗିର ଜିଲ୍ଲା ବେଲପଡ଼ା ପୁଲିସ୍ ଗିରିଫ କରିଛି। ପୋକ୍ସୋ ଆଇନ ଅନୁଯାୟୀ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା।
/sambad/media/post_attachments/wp-content/uploads/2019/01/download-18-300x125.jpg)
ଶୁକ୍ରବାର ବେଲପଡ଼ା ପୁଲିସ୍ ଆଗରେ ଧ୍ରୁବ ସ୍ୱୀକାର କରିଥିଲେ ଯେ ସେ ସିମ୍ରନ୍ଙ୍କୁ ବାହା ହୋଇଥିଲେ। ଗୁରୁବାର ସମ୍ବଲପୁର ନିକଟ ଗୋଇରା ମଠ ପାଖ ମହାନଦୀ ପୋଲ ତଳୁ ସିମ୍ରନ୍ଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଯେଉଁ ସ୍ଥାନରେ ତାଙ୍କ ମୃତଦେହ ପଡ଼ିଥିଲା, ତା’ର ପାରିପାର୍ଶ୍ୱିକ ସ୍ଥିତିରୁ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି।
/sambad/media/post_attachments/wp-content/uploads/2019/01/images-12.jpg)
ପଶ୍ଚିମ ଓଡ଼ିଶାରେ ସିମରନ୍ ଜଣେ ଲୋକପ୍ରିୟ ଆଲବମ୍ ଅଭିନେତ୍ରୀ ଥିଲେ। ବହୁ ଚର୍ଚ୍ଚିତ ସମ୍ବଲପୁରୀ ଆଲବମ୍ ‘ସେଲ୍ଫି ବେବୋ’ ଜରିଆରେ ପଶ୍ଚିମ ଓଡ଼ିଶାର ଘରେଘରେ ପରିଚିତ ହୋଇ ପାରିଥିଲେ। ଏହା ବ୍ୟତୀତ ତାଙ୍କ ଆଉ ଗୋଟିଏ ଲୋକପ୍ରିୟ ଆଲବମ୍ ହେଉଛି ‘ରିକ୍ସାବାଲା ରିଟର୍ଣ୍ଣ’। ସିମରନ୍ ପରିବାର ଝାରସୁଗୁଡ଼ାର ଭୁଲିଆଟିକ୍ରାରେ ଏକ ଭଡ଼ା ଘରେ ୪ ବର୍ଷ ହେଲା ରହି ଆସୁଛନ୍ତି। ତାଙ୍କ ବାପା ବିଜେନ୍ଦ୍ର ସିଂ ଏକ ଘରୋଇ କମ୍ପାନୀରେ କାମ କରୁଛନ୍ତି।
Follow Us