ସଟ୍ଡାଉନ୍ ଆଜିରୁ: ବଜାରରେ ଭିଡ଼ ପ୍ରବଳ

Advertisment
ସଟ୍ଡାଉନ୍ ଆଜିରୁ: ବଜାରରେ ଭିଡ଼ ପ୍ରବଳ

ଜୟପୁର: କରୋନା ସଂକ୍ରମଣର ଦ୍ବିତୀୟ ଲହରି ଦେଖାଦେବା ଏବଂ ରାଜ୍ୟରେ ଦିନକୁ ଦିନ ଅଧିକା ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଚିନ୍ତାରେ ପଡ଼ିଥିଲେ। ଖାସ୍ କରି ଛତିଶଗଡ଼ ସୀମାନ୍ତରେ ଥିବା ୧୦ଟି ଜିଲ୍ଲାରେ ସପ୍ତାହର ଶେଷ ଦୁଇ ଦିନ ଅର୍ଥାତ ଶନିବାର ଓ ରବିବାର ସଟ୍ ଡାଉନ୍ ଲାଗୁ କରିଛନ୍ତି। ଏବଂ ବଳକା ୫ଦିନ ନାଇଟ୍ କର୍ଫ୍ୟୁ ସମୟ ସୀମା ପରିବର୍ତ୍ତନ କରି ସଂଧ୍ୟା ୬ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ କରିଛନ୍ତି।

ଗତକାଲି ଏହା ଘୋଷଣା ହେବା ପରେ ବହୁତ ଲୋକେ ଏହାକୁ ଠିକ ଭାବେ ବୁଝି ନ ପାରି ଆଜି ଠାରୁ ଭାବି ନେଇ ଥିଲେ। ତେବେ ଆଜି ଓ ଆସନ୍ତାକାଲି ଅର୍ଥାତ ଦୁଇ ଦିନ ସଟ୍ଡାଉନକୁ ଦୃଷ୍ଟିରେ ରଖି ଆଜି ଦିନ ତମାମ ସହରର ଦୈନିକ ବଜାର, ଦ୍ବିତୀୟ ଦୈନିକ ବଜାର ଠାରୁ ଆରମ୍ଭ କରି ବିଭିନ୍ନ ସାହିର ଛକରେ କରାଯାଇଥିବା ପନି ପରିବା ଓ ଆମିଷ  ଓ ସଉଦା ଦୋକାନ ଗୁଡ଼ିକରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।

ଯଦିଓ ଏବେ ବି ଲୋକେ ଓ ଦୋକାନୀ ସାମାଜିକ ଦୂରତାକୁ ବଜାୟ ରଖୁ ନଥିଲେ ହେଁ ଶତପ୍ରତିଷତ ଲୋକେ ମୁହଁରେ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ସେଭଳି ଆସନ୍ତା ସୋମବାର ଠାରୁ ଅନ୍ତଃରାଜ୍ୟ ବସ ଚଳାଚଳ ବନ୍ଦ ରହିବା ଘୋଷଣା ହୋଇଥିବାରୁ ସରକାରୀ ଦ୍ରୁତଗାମୀ ଓ ଘରୋଇ ଦ୍ରୁତଗାମୀ ବସ ଗୁଡ଼ିକରେ ଲୋକେ ଆଜି ଠାରୁ ହିଁ ବାହାରକୁ ଯାଉଥିବା ଦେଖିବାକୁ ମିଳିଥିଲା। ସେଭଳି ଟାଉନ ପୁଲିସ ପକ୍ଷରୁ ଆଜିର ସଟ୍ଡାଉନକୁ ନେଇ  ମାଇକରେ ପ୍ରଚାର ଓପ୍ରସାର କରାଯାଇଥିଲା।

ବାଧ୍ୟତାମୂଳକ ଭାବେ ମାସ୍କ ପିନ୍ଧିବା, ଅତ୍ୟାଧିକ ଜରୁରୀ ନଥିଲେ ଘରୁ ବାହାରକୁ ନ ବାହାରିବାକୁ କୁହାଯାଇଥିଲା। ତେବେ ଅଧିକାଂଶ ବ୍ୟବସାୟୀ, ଜରୁରୀ ଦୋକାନୀ(ମେଡିକାଲ ଷ୍ଠୋର) ଆଦି କେଉଁ ଦୋକାନ ବନ୍ଦ ରହିବ ଏବଂ କେଉଁ ଦୋକାନ ଖୋଲା ରହିବ ତାହା ଜାଣି  ପାରି ନାହାନ୍ତି। ପ୍ରଶାସନ ପକ୍ଷରୁ ଠିକ ଭାବେ ସରକାରୀ ଗାଇଡ୍ ଲାଇନ୍ ଓ ମାର୍ଗଦର୍ଶିକାକୁ ପ୍ରଚାର ଓ ପ୍ରସାର କରିବା ଆବଶ୍ୟକତା ରହିଛି ବୋଲି ବହୁ ବୁଦ୍ଧିଜୀବୀ ଓ ବ୍ୟବସାୟୀ ମାନେ କହିଛନ୍ତି। ଆସନ୍ତା ଦୁଇ ଦିନ ଧରି ଘରୋଇ ଓସରକାରୀ ବସ ବି ଚଳାଚଳ ବନ୍ଦ ରହିବ ବୋଲି ସୂଚନା ମିଳିଛି। ଏମିତିରେ ଯାତ୍ରୀ ହେଉ ନାହାନ୍ତି, ସଟ୍ ଡାଉନ ସରକାର ଘୋଷଣା କରିବା ପରେ ଆଉ ଯାତ୍ରୀ ହେବେ କି ବୋଲି କହିଛନ୍ତି ଘରୋଇ ବସ ମାଲିକ ସଂଘର ସଂପାଦକ ଦୁର୍ଗାପ୍ରସାଦ ତ୍ରିପାଠୀ। ସୋମବାର ଦିନ ପୁଣି ବସ ଚଳାଚଳ କରିବ ବୋଲି କହିଛନ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe