ଯାଯାବର ଗଣହତ୍ୟା ମାମଲା: ୧୨ ସନ୍ଦିଗ୍ଧ ସଦରଥାନାରେ ଅଟକ

Advertisment

ସୁନ୍ଦରଗଡ଼ ସଦର ଥାନା କମରଡ଼ିହି ଗୀତାପଡ଼ାରେ ୫ଜଣ ଯାଯାବରଙ୍କୁ ଗଣହତ୍ୟା କରାଯିବା ଘଟଣା ରାଜ୍ୟରେ ଆଲୋଡ଼ନ ଖେଳାଇଦେଇଥିବା ବେଳେ ଏହି ଘଟଣାରେ ସମ୍ପୃକ୍ତି ସନ୍ଦେହରେ ଅନୁଗୁଳ ଜିଲ୍ଲା ବଅଁରପାପାଳ ଥାନା ବୁଢ଼ାପଙ୍କ ମୁଣ୍ଡାବସ୍ତି ପଡ଼ିଆରେ ରହୁଥିବା ୧୩ ଜଣ ସନ୍ଦିଗ୍ଧଙ୍କୁ ଥାନାରେ ଅଟକ ରଖାଯାଇଛି...

ସୁନ୍ଦରଗଡ଼ ସଦର ଥାନା କମରଡ଼ିହି ଗୀତାପଡ଼ାରେ ୫ଜଣ ଯାଯାବରଙ୍କୁ ଗଣହତ୍ୟା କରାଯିବା ଘଟଣା ରାଜ୍ୟରେ ଆଲୋଡ଼ନ ଖେଳାଇଦେଇଥିବା ବେଳେ ଏହି ଘଟଣାରେ ସମ୍ପୃକ୍ତି ସନ୍ଦେହରେ ଅନୁଗୁଳ ଜିଲ୍ଲା ବଅଁରପାପାଳ ଥାନା ବୁଢ଼ାପଙ୍କ ମୁଣ୍ଡାବସ୍ତି ପଡ଼ିଆରେ ରହୁଥିବା ୧୩ ଜଣ ସନ୍ଦିଗ୍ଧଙ୍କୁ ଥାନାରେ ଅଟକ ରଖାଯାଇଛି...

5ammxzapa

ସୁନ୍ଦରଗଡ଼: ସୁନ୍ଦରଗଡ଼ ସଦର ଥାନା କମରଡ଼ିହି ଗୀତାପଡ଼ାରେ ମଙ୍ଗଳବାର ରାତିରେ ୫ଜଣ ଯାଯାବରଙ୍କୁ ଗଣହତ୍ୟା କରାଯିବା ଘଟଣା ରାଜ୍ୟରେ ଆଲୋଡ଼ନ ଖେଳାଇଦେଇଥିବା ବେଳେ ଏହି ଘଟଣାରେ ସମ୍ପୃକ୍ତି ସନ୍ଦେହରେ ଅନୁଗୁଳ ଜିଲ୍ଲା ବଅଁରପାପାଳ ଥାନା ବୁଢ଼ାପଙ୍କ ମୁଣ୍ଡାବସ୍ତି ପଡ଼ିଆରେ ରହୁଥିବା ୧୩ ଜଣ ସନ୍ଦିଗ୍ଧଙ୍କୁ ଥାନାକୁ ଆଣି ସଦର ଥାନା ପୁଲିସ ପଚରା ଉଚରା କରୁଛି । ଏହି ୧୩ ଜଣଙ୍କ ମଧ୍ୟରେ ୭ ଜଣ ପୁରୁଷ ରହିଥିବା ବେଳେ ୬ ଜଣ ମହିଳା ରହିଛନ୍ତି ।

ମଙ୍ଗଳବାର ରାତିରେ ଘଟଣାରେ ଏମାନଙ୍କ ସମ୍ପୃକ୍ତି ଥିବା ପୁଲିସ ସନ୍ଦେହ କରିଛି। ମୁଣ୍ଡାବସ୍ତି ପଡିଆରୁ ସେମାନେ ଖସି ପଳାଇବା ପାଇଁ ଚେଷ୍ଟା କରୁଥିବା ସୂଚନା ପାଇ ବଅଁରପାଳ  ପୁଲିସ ସକାଳେ ଚଢ଼ଉ କରି ମୁଣ୍ଡାବସ୍ତି ପଡିଆଠାରେ ରହୁଥିବା ଯାଯାବରଙ୍କୁ କାବୁ କରିଥିଲେ। ପରେ ସୁନ୍ଦରଗଡ଼ ପୁଲିସର ୨୦ ଜଣିଆ ଟିମ୍ ବଅଁରପାଳ ଯାଇ ସେମାନଙ୍କୁ ହେପାଜତକୁ ନେଇଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ଆକ୍ରମଣରେରେ ଗୁରୁତର ଅବିନାଶ ପାୱାରଙ୍କୁ ବଅଁରପାଳରୁ ଧମକପୂର୍ଣ୍ଣ ଫୋନ୍ ଆସୁଥିବା ସେ କହିଥିଲେ। ଏହାପରେ ସୁନ୍ଦରଗଡ଼ ପୋଲିସ ଅନୁଗୋଳ ପୋଲିସ ସହ ଯୋଗାଯୋଗ କରି ସମ୍ପୃକ୍ତ ସନ୍ଦିଗ୍ଧଙ୍କୁ ଉଠାଇ ଆଣି ପଚରାଉଚରା କରୁଥିବା ଜଣାପଡିଛି ।

ଘଟଣାରେ ଏମାନଙ୍କ ସିଧା ସଳଖ ସମ୍ପୃକ୍ତି ଥାଇ ପାରେ ବୋଲି ପୋଲିସ ସନ୍ଦେହ କରୁଛି । ତେବେ ଅଟକ ୧୩ ଜଣଙ୍କ ମଧ୍ୟରେ ହତ୍ୟାକାରୀ ମାନେ ଅଛନ୍ତି ନା ନାହିଁ ତାହା ଜଣାପଡିନାହିଁ ।

ପୁଲିସର ଦୁଇଟି ଟିମ୍ ଆକ୍ରମଣକାରୀଙ୍କୁ ଧରିବା ପାଇଁ ବିଭିନ୍ନ ଅଞ୍ଚଳରେ ଚଢ଼ାଉ ଜାରି ରଖିଥିବା ଜଣାପଡ଼ିଛି। ଚାରି ପ୍ଲାଟୁନ ଫୋର୍ସର ଟିମ୍ ଗଠନ କରି ପୁଲିସ  ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe