ବାଲେଶ୍ୱର/ଯାଜପୁର: ଆଜି ରାଜ୍ୟରେ ଜିଲ୍ଲା ପରିଷଦ ନିର୍ବାଚନ ହୋଇଛି। ବାଲେଶ୍ୱର ଜିଲ୍ଲାରେ ୪୫ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ବିଜେଡି ସର୍ବାଧିକ ୩୯ଟି ଆସନ ଜିତିଥିବା ବେଳେ ବିଜେପି ୪ଟି ଏବଂ କଂଗ୍ରେସ ଗୋଟିଏ ଆସନରେ ବିଜୟ ଲାଭ କରିଛି। ତେଣୁ ବିଜେଡି ସଭାପତି ଆସନ ହାତେଇବ ବୋଲି ସ୍ପଷ୍ଟ ହୋଇଥିଲା। ଶେଷରେ ସଦର ବ୍ଲକ୍ ୨୯ ନମ୍ବର ଜିଲ୍ଲା ପରିଷଦ ଜୋନ୍ର ସଦସ୍ୟ ନାରାୟଣ ପ୍ରଧାନଙ୍କୁ ଦଳ ଜିଲ୍ଲା ପରିଷଦ ସଭାପତି ଭାବେ ଚୟନ କରିଥିଲା। ସେ ହିଁ ଜିଲ୍ଲା ପରିଷଦ ସଭାପତି ହୋଇଛନ୍ତି।
ଉପଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ ନାରାୟଣ ପ୍ରଧାନଙ୍କ ନାମ ଜିଲ୍ଲା ପରିଷଦ ସଭାପତି ଭାବେ ଘୋଷଣା କରିବା ପରେ ତାଙ୍କୁ ଦଳ ପକ୍ଷରୁ ଅଭିନନ୍ଦନ ଜଣାଯାଇଛି। ସେହିପରି ଦଳୀୟ ସମର୍ଥକମାନେ ବାଜା ବଜାଇ ନାଚିବା ସହ ବିଜୟ ଉତ୍ସବ ମନାଇଛନ୍ତି। ଏହି ଅବସରରେ ଜିଲ୍ଲା ପରିଷଦ ସଭାଗୃହରେ ନୂତନ ଜିଲ୍ଲା ପରିଷଦ ସଭ୍ୟଙ୍କୁ ନେଇ ଏକ ବୈଠକ ହୋଇଥିଲା। ଏଥିରେ ନବନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟମାନଙ୍କୁ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଶପଥ ପାଠ କରାଇଥିଲେ।
/sambad/media/post_attachments/wp-content/uploads/2022/03/nnnn-300x195.jpg)
ଅନ୍ୟପଟେ ଯାଜପୁର ଜିଲ୍ଲାରେ ୩୯ ଟି ଆସନରେ ବିଜେଡି ବାଜିମାତ କରିଥିଵା ବେଳେ କୋରେଇ ବ୍ଲକର ୩ ନଂ ଜୋନର ଜିଲ୍ଲା ପରିଷଦ ପ୍ରାର୍ଥିନୀ ଭାବେ ନଳିନୀପ୍ରଭା ଜେନା ନିର୍ବାଚିତ ହୋଇଥିଲେ । ତେବେ ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନିର୍ବାଚନ ହୋଇଛି। ଏହି ନିର୍ବାଚନରେ ଅପ୍ରତିଦ୍ବନ୍ଦୀ ଭାବେ ୩୯ ଜିଲ୍ଲା ପରିଷଦ ସଭ୍ୟଙ୍କ ସମର୍ଥନରେ ଅଧ୍ୟକ୍ଷା ଭାବେ ନଳିନୀ ପ୍ରଭା ଜେନା ନିର୍ବାଚିତ ହୋଇଛନ୍ତି |
Follow Us