ଚେକ୍‌ ବାଉନ୍ସ ମାମଲାରେ ୧ ବର୍ଷ ଜେଲ

Advertisment
ନାବାଳିକାଙ୍କୁ ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଓ ଅନ୍ତଃସତ୍ତ୍ବା କରିବା ଅଭିଯୋଗ: ଅଭିଯୁକ୍ତକୁ ୨୦ ବର୍ଷ ଜେଲ

odisha bytes

ଯାଜପୁରଟାଉନ : ଯାଜପୁର ସହରର ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ପୁଅ ସଞ୍ଜୟ କୁମାର ସାହୁଙ୍କୁ ଚେକ୍‌ ବାଉନ୍‌ସ ମାମଲାରେ ୧ ବର୍ଷ ଜେଲ୍‌ ଓ ୪ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ସଞ୍ଜୟ ଓରଫ ଉପେନ ଭାଟସାହି ଗ୍ରାମର ଅଶୋକ କୁମାର ସିଂଙ୍କ ଠାରୁ ୨୦୧୭ ଅଗଷ୍ଟ ୨୪ ତାରିଖରେ ୨ ଲକ୍ଷ ଟଙ୍କା ନେଇଥିଲେ। ଟଙ୍କା ନେବା ସମୟରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏକ ଚେକ୍ ପ୍ରଦାନ କରିଥିଲେ। ବାରମ୍ବାର ମାଗିବା ସତ୍ତ୍ବେ ସଞ୍ଜୟ ଟଙ୍କା ଫେରାଇ ନଥିଲେ। ଫଳରେ ଅଶୋକ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ସଂଜୟ ଦେଇଥିବା ଚେକ୍‌ଟି ଦାଖଲ କରିଥିଲେ। ଆକାଉଣ୍ଟରେ ପର୍ଯ୍ୟାପ୍ତ ଅର୍ଥ ନଥିବାରୁ ଚେକ୍‌ଟି ବାଉନ୍ସ ହୋଇଥିଲା।

ଏସମ୍ପର୍କରେ ଅଶୋକ କୁମାର ସିଂ ଯାଜପୁର ଏସ୍‌ଡିଜେଏମ୍ କୋର୍ଟରେ ଏକ ମାମଲା (ୱାନ୍ ସିସି) କେସନଂ ୩୫୬/୧୭ ଦାୟର କରିଥିଲେ। ଏହାର ବିଚାର କରାଯାଇ ଗତ ୨୫ ତାରିଖରେ ଏସ୍‌ଡିଜେଏମ୍ ଇପ୍ସିତା ନନ୍ଦ ଅଭିଯୁକ୍ତ ସଞ୍ଜୟକୁ ଏକ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇବା ସହ ୪ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ଅଭିଯୋଗକାରୀଙ୍କ ପକ୍ଷରୁ ଆଇନଜୀବୀ ରାକେଶ କୁମାର ମିଶ୍ର ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe