ଶେଷ ଦିନର ପରୀକ୍ଷା ଆଗରୁ ଜୀବନ ହାରିଲେ ମାଟ୍ରିକ୍ ଛାତ୍ରୀ

ଶେଷ ଦିନର ପରୀକ୍ଷା ଆଗରୁ ଜୀବନ ହାରିଲେ ମାଟ୍ରିକ୍ ଛାତ୍ରୀ

ଯାଜପୁର: ଆଜି ଥିଲା ମାଟ୍ରିକ୍ ପରୀକ୍ଷାର ଶେଷ ଦିନ। ଏହି ସମୟରେ ଜୀବନ ହାରିଛନ୍ତି ଜଣେ ଛାତ୍ରୀ। ମୃତକ ହେଲେ ଯାଜପୁର ଟାଉନ ଥାନା ବରହଟା ପାଇଲ ସାହି ଗାଁର ରଶ୍ମିବାଳା ପାଇଲି।

ସେ ଯାଜପୁର ମୁନ୍ସିପାଲ ହାଇସ୍କୁଲରେ ମାଟ୍ରିକ୍ ପରୀକ୍ଷା ଦେଉଥିଲେ। ତେବେ ପରୀକ୍ଷା ଚାପରେ ଥିବା ହେତୁ ଝିଅ ଜୀବନ ହାରିଥିବା ପରିବାର ଲୋକେ କହିଛନ୍ତି। ଗତକାଲି ରାତିରେ ରଶି ଲଗାଇ ନିଜ ଘରେ ଆତ୍ମହତ୍ୟା କରିଥିବା ପରିବାର ଲୋକ ଦେଖିବାକୁ ପାଇଥିଲେ। ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe