କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା ଓ ପୂଜାର୍ଚ୍ଚନାକୁ ବାରଣ, ବିରଜା ମନ୍ଦିର ଓ ବୈତରଣୀ ଘାଟରେ ଜାରି ହେଲା ୧୪୪ ଧାରା

Advertisment
କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା ଓ ପୂଜାର୍ଚ୍ଚନାକୁ ବାରଣ, ବିରଜା ମନ୍ଦିର ଓ ବୈତରଣୀ ଘାଟରେ ଜାରି ହେଲା ୧୪୪ ଧାରା

ଯାଜପୁର : ଆଉ ଦୁଇ ଦିନ ପରେ କାର୍ତ୍ତିକ ପୂର୍ଣ୍ଣିମା। ଏହି ଧର୍ମ ମା‌ସରେ ଲୋକମାନେ ଡଙ୍ଗା ଭସାଇ ପୂଣ୍ୟ ଲାଭ କରିବାର ବିଶ୍ବାସ ରହିଛି। କିନ୍ତୁ ଚଳିତବର୍ଷ କରୋନା ମହାମାରୀର ଭୟାବହତା ‌ଯୋଗୁ ରାଜ୍ୟ ସରକାର ଡଙ୍ଗା ଭସାକୁ ବାରଣ କରିଛନ୍ତି। ଡଙ୍ଗା ଭସା ସମୟରେ ବହୁ ଲୋକଙ୍କ ସମାଗମ ସହିତ ପୋଖରୀ ଓ ନଦୀ ଗୁଡିକରେ ଗାଧୋଇବାର ନଜିର ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଡଙ୍ଗା ଭସାଣ ଉତ୍ସବକୁ ବାରଣ କରିଛନ୍ତି।

ଯାଜପୁର ଜିଲ୍ଲାର ବୈତରଣୀ ଏକ ପବିତ୍ର ନଦୀ ହୋଇଥିବାରୁ ଏହିଠାରେ ବୋଇତ ବନ୍ଦାଣ ଉତ୍ସବ ପାଳନ ହେବା ସହ ହଜାର ହଜାର ଲୋକ ଡଙ୍ଗା ଭସାଇବାକୁ ଭିଡ କରିଥାନ୍ତି। ଏଥିସହିତ ନଦୀ ଦୁଇ ପାର୍ଶ୍ବରେ ଥିବା ବରାହ ମନ୍ଦିର ଓ ଜଗନ୍ନାଥ ମନ୍ଦିର ଏବଂ ନିକଟରେ ଥିବା ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିରରେ ମଧ୍ୟ ପ୍ରବଳ ଜନଗହଳି ହୋଇଥାଏ। ତାହାକୁ ଦୃଷ୍ଟିରେ ରଖି ଯାଜପୁର ଟାଉନ ପୁଲିସ ପକ୍ଷରୁ ୪ଟି ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି।

ବୈତରଣୀ ନଦୀର ଉଭୟ ପଟ, ଜଗନ୍ନାଥ ଓ ବରାହ ମନ୍ଦିର ଏବଂ ବିରଜା ମନ୍ଦିର ଚାରିପାର୍ଶ୍ବରେ ଆସନ୍ତା ୨୮ ତାରିଖଠାରୁ ୩୦.୧୧.୨୦୨୦ ତାରିଖ ପର୍ଯ୍ୟନ୍ତ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ସଂପୃକ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ଯାହାକି ଏଠାରେ ଡଙ୍ଗା ଭସାଇବା, ଠାକୁର ଦର୍ଶନ ଓ ଗା‌ଧୋଇବାକୁ ବାରଣ କରାଯାଇଛି। ଯାହାକି ଜିଲ୍ଲା ପୁଲିସ ପକ୍ଷରୁ ଉକ୍ତ ଅଞ୍ଚଳରେ ନିଷେଧା ଅଞ୍ଚଳ ଭାବେ ଘୋଷଣା କରାଯାଇଛି ବୋଲି ଯାଜପୁର ଟାଉନ ଥାନା ଭାରପ୍ରାପ୍ତ ଥାନାଧିକାରୀ ମାନସ ରଂଜନ ଚକ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe