ବିଂଝାରପୁର: ନିର୍ମାଣର ଏକମାସ ମଧ୍ୟରେ ଧସିଯାଇଛି ୧୭ କୋଟି ଟଙ୍କାର ଖରସ୍ରୋତା ନଦୀବନ୍ଧ ରାସ୍ତା। ବିଂଝାରପୁର ପୂର୍ତ୍ତ ବିଭାଗ ଅଧୀନ ଖରସ୍ରୋତା ନଦୀବନ୍ଧର ଗୁହାଳିଠାରୁ ସିଂହପୁର ପର୍ଯ୍ୟନ୍ତ ୧୭ କୋଟି ବ୍ୟୟବରାଦରେ ୨୦ କିଲୋମିଟର ରାସ୍ତାର ପୁନଃନିର୍ମାଣ କରାଯାଇଛି। ନିର୍ମାଣ କାର୍ଯ୍ୟ ଶେଷ ହେବାର ମାତ୍ର ଏକମାସ ମଧ୍ୟରେ ରାସ୍ତାଟି ସୟଦପୁର, ବିଂଝାରପୁର ଓ କଲ୍ୟାଣପୁର ପଞ୍ଚାୟତର ବହୁ ସ୍ଥାନରେ ଧସିଯାଇଛି। ନଦୀବନ୍ଧ ନିର୍ମାଣ ସମୟରେ ଉପଯୁକ୍ତ ସାମଗ୍ରୀ ବ୍ୟବହାର କରାଯାଇନାହିଁ କି ଉପଯୁକ୍ତ ରୋଲିଂ ହୋଇନଥିବାରୁ ଏଭଳି ଅବସ୍ଥା ହୋଇଥିବା ସ୍ଥାନୀୟ ଗ୍ରାମବାସୀ କହିଛନ୍ତି। ସେତେବେଳେ ଅଭିଯୋଗ ହୋଇଥିଲେ ବି ବିଭାଗୀୟ ଯନ୍ତ୍ରୀ କର୍ଣ୍ଣପାତ କରିନଥିଲେ। ଠିକାଦାର ତରବରିଆ ଭାବେ ନିମ୍ନମାନର କାମ କରିଥିବାରୁ ରାସ୍ତା ଧସିଛି ବୋଲି ଗ୍ରାମବାସୀ କହିଛନ୍ତି। ଝିପିଝିପି ବର୍ଷାରେ ନଦୀବନ୍ଧର କେତେକ ସ୍ଥାନରେ ପିଚୁ କରାଯାଇଥିବାରୁ ସେଥିରୁ ଗୋଡ଼ି ଉଠୁଥିବା ଗ୍ରାମର ଶରତ ସାହୁ, ଅଲେଖ ସାହୁ, ଅରବିନ୍ଦ ଯେନା, କଳିକେଶ୍ୱର ନାୟକ, ନୁରୁଲ ଅମିନ, ସେକ କାସିମ, ସେକ ଜାଫର, ସେକ ଜୁମନ, ସେକ ସୋଲେମାନ, ସାଗର ମଲିକ, ଉତ୍ତମ ଦାସ, ରମେଶ ସୂତାର, କାଳନ୍ଦୀ ଜେନା କହିଛନ୍ତି।
ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ସିଦ୍ଧାର୍ଥ ଜେନାଙ୍କୁ ପଚାରିବାରୁ ନଦୀବନ୍ଧ ନିର୍ମାଣରେ କୌଣସି ତ୍ରୁଟି ହୋଇନି, ଧସିଥିବା ସ୍ଥାନର ମରାମତି ହୋଇଗଲେ ଠିକ୍ ହୋଇଯିବ ବୋଲି କହିବାସହ ଯେତେ ଭଲ କାମ କଲେ ମଧ୍ୟ ଲୋକ କହିବେ ବୋଲି କହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us