ଓଲଟିଲା ବୋଲବମ ଭକ୍ତଙ୍କୁ ନେଇ ଯାଉଥିବା ବସ୍ , ୧୭ ଆହତ

Advertisment
ଓଲଟିଲା ବୋଲବମ ଭକ୍ତଙ୍କୁ ନେଇ ଯାଉଥିବା ବସ୍ , ୧୭ ଆହତ

ଯାଜପୁର: ବୋଲବମ ଭକ୍ତଙ୍କୁ ନେଇ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ। ଟଳି ଗଲା ବଡ଼ ବିପଦ। ପାଣିକୋଇଲି ଥାନା ଅଧୀନ ୨୦ନଂ ଜାତୀୟ ରାଜପଥ ଚାନ୍ଦପୁର ନିକଟରେ ବୋଲବମ ନେଇ ଯାଉଥିବା ଏକ ଘରେଇ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି।

ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଆନନ୍ଦପୁରରୁ ବୋଲବମ ଭକ୍ତମାନଙ୍କୁ ନେଇ ପୁରୀ ଯାଉଥିବା ସମୟରେ ପାଣିକୋଇଲି ଥାନା ଚାନ୍ଦପୁର ନିକଟରେ ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ଚଢି ବସଟି ଓଲଟି ପଡିଥିଲା ଫଳରେ ସେଥିରେ ଥିବା ୧୭ଜଣ ସାମାନ୍ୟ ଆହତ ହୋଇଛନ୍ତି । ଆହତଙ୍କୁ ପାଟ୍ରୋଲିଂ ପୁଲିସ ସହ ଆମେ ଆପଣଙ୍କ ପାଇଁ ହେଲ୍ପିଙ୍ଗ୍ ଗ୍ରୁପର ସଦସ୍ୟମାନେ ପହଞ୍ଚି ସମସ୍ତଙ୍କୁ ମେଡିକାଲ ପଠାଇଛନ୍ତି । କାହାର କୌଣସି ବିଶେଷ କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି।ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe