ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦୁଇ ବାଇକ୍‌ ଚାଳକଙ୍କ ଚାଲିଗଲା ଜୀବନ

ଦୁର୍ଘଟଣାରେ ଜଣେ ମୃତ

ଦୁଇଟି ଭିନ୍ନ ଭିନ୍ନ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି।

ବାଇକ୍‌ ଦୁର୍ଘଟଣାରେ ଜଣେ ମୃତ
କାଳିଆପାଣି: ବେଦାନ୍ତ-ଫେକର ଓସ୍ତପାଳ କ୍ରୋମାଇଟ ଖଣିର ସିଓବି ପ୍ଲାଣ୍ଟ ସହକାରୀ ପ୍ରବନ୍ଧକ ଡାବିରୁ ପ୍ରସାଦ(୫୮)ଙ୍କର ଗତ ରାତିରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ସହକର୍ମୀ ସେହି ସିଓବି ପ୍ଲାଣ୍ଟର ସହକାରୀ ପ୍ରବନ୍ଧକ ସୋମନାଥ ଦାସଙ୍କ ସହ ବାଇକରେ ଢେଙ୍କାନାଳ ଜିଲ୍ଲା ବିରାଶାଳ ଯାଇ କାଠପାଳ କଲୋନିସ୍ଥିତ କ୍ଵାର୍ଟର୍ସକୁ ଫେରିବା ବାଟରେ ଏକ ଅଜଣା ଗାଡ଼ି ଉଭୟଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ପ୍ରସାଦଙ୍କ ମୃତ୍ୟୁ ହୋଇଥିଲା। ସୋମନାଥଙ୍କୁ ଗୁରୁତର ଅବସ୍ଥାରେ ବିରାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ମୃତକ ପ୍ରସାଦ ଚଳିତ ମାସ ଚାକିରିରୁ ଅବସର ଗ୍ରହଣ କରିଥାନ୍ତେ।

ଟ୍ରକ ଧକ୍କାରେ ବାଇକ୍‌ ଚାଳକ ମୃତ
ପଦ୍ମପୁର: କେନ୍ଦୁଝର ସଦର ବ୍ଲକ୍‌ ୨୦ନମ୍ବର ଜାତୀୟ ରାଜପଥ ପଳାଶପଙ୍ଗା ସ୍ପଞ୍ଜଛକ ନିକଟରେ ଗତକାଲି ଅପରାହ୍‌ଣରେ ଏକ ଟ୍ରକ୍‌ (ଓଡି-୦୪-ଏନ୍‌-୪୩୩୧) ଏକ ବାଇକ୍‌ (ଓଡି-୦୯-ଜି-୪୬୫୫)କୁ ଧକ୍କା ଦେବାରୁ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳିନାହିଁ। ପଳାଶପଙ୍ଗା ଫାଣ୍ତି ଅଧିକାରୀ ମହେନ୍ଦ୍ରନାଥ ସାହୁ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍‌ ଜବତ କରି ତଦନ୍ତ ଆରମ୍ଭ କରିଛି। ଶବ ଜବତ ପରେ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe