ଯାଜପୁର: ପୋଖରୀରେ ବୁଡ଼ି ଚାଲିଗଲା ଭାଇ ଭଉଣୀଙ୍କ ଜୀବନ। ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା କୁଳସାହି ଗ୍ରାମର ମାନସ ଜେନାଙ୍କ ପୁଅ କାହ୍ନା ଓ ମିଥୁନ ଜେନାଙ୍କ ଝିଅ ରୁପା ଘର ପାଖ ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ଉଭୟଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଡ଼ାକ୍ତର ମୃତ ଘୋଷଣା କରିଛନ୍ତି। ଘରେ ମା ରୋଷେଇରେ ବ୍ୟସ୍ତ ଥିବା ବେଳେ ଦୁଇ ପିଲା ପୋଖରୀ ପାଖକୁ ଖେଳିବାକୁ ଯାଇଥିବା ବେଳେ ଏପରି ଅଘଟଣ ଘଟିଛି।
ପାଣିରେ ବୁଡ଼ି ଚାଲିଗଲା ଭାଇଭଉଣୀଙ୍କ ଜୀବନ
Advertisment
Follow Us