କାଳିଆପାଣି: ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଲେମ୍ବୋ ପଞ୍ଚାୟତ ବେଠିଆହତା ଗାଁର ପୂର୍ବତନ ଡିଲର ହୃଷୀକେଶ ମହାନ୍ତ (୫୮)ଙ୍କ ଅଂଶୁଘାତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ସେ ଘର କାମ କରୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ବର କ୍ୟାପିଟାଲ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି। ଆଜି ମୃତଦେହକୁ ପୁଲିସ ଜବତକରି ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ୧୪/୨୪ ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ବ୍ୟବଛେଦ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଥାନା ଅଧିକାରୀ ବାମଦେବ ନନ୍ଦ କହନ୍ତି।
ସେହିପରି କାଳିଆପାଣି ଥାନା କଅଁସ ପଞ୍ଚାୟତ କୋଇପଶି-ସାରୁଆବିଲ ଗାଁର ଯୁବକ ଶିବ ବେହେରା(୧୮)ଙ୍କର ଆଜି ଅଂଶୁଘାତଜନିତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଶିବ ଆଜି ଗାଁ ପାଖ ଏକ କଣ୍ଟାଘର ପାଖରେ କାମ କରୁଥିଲେ। ଅପରାହ୍ଣରେ ସେଠାରେ ଖାଇସାରି ଘରକୁ ଫେରିଥିଲେ। ଘର ପାଖରେ ଏକାଧିକ ସାଥୀ ଶ୍ରମିକମାନଙ୍କୁ ମଜୁରି ବାବଦକୁ ଟଙ୍କା ଦେଇଥିଲେ। ସେଠାରେ ତାଙ୍କ ମୁଣ୍ଡ ବୁଲାଇଥିଲା। ଭଲ ଲାଗୁନି ବୋଲି କହି ସାନଭାଇକୁ ପାଣି ମାଗି ପିଇଥିଲେ। ପାଣି ପିଇବା ପରେ ଦେହ ଅବଶ ଲାଗୁଛି କହି ଶୋଇ ଯାଇଥିଲେ ବୋଲି ବାପା ଭାସ୍କର ବେହେରା କହନ୍ତି। ପରେ ​ଆଉ ସେ ଉଠି ନଥିଲେ। ସନ୍ଧ୍ୟାରେ ତାଙ୍କୁ ଏକ ଗାଡ଼ି ଭଡ଼ାକରି ଓଡ଼ିଶା ଖଣି ନିଗମ(ଓଏମ୍ସି) କାଳିଆପାଣି କେନ୍ଦ୍ରୀୟ ଚିକିତ୍ସାଳୟକୁ ନିଆଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ପହଞ୍ଚି ମୃତଦେହ ଜବତକରି ତଦନ୍ତ ଆରମ୍ଭ କରିଛି। ଏ ସଂକ୍ରାନ୍ତରେ ଥାନାରେ ଏକ ଅପମୃତ୍ୟୁ ମାମଲା ୮/୨୪ ରୁଜୁ ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ପୁଲିସ କହିଛି। ସରପଞ୍ଚ ରାଜାରାଣୀ ଦେହୁରୀ, ସମିତିସଭ୍ୟା ନିତିମା ମୁଣ୍ଡା, ଯୁବ ସଂଗଠକ ସୁଶାନ୍ତ କୁମାର ପ୍ରଧାନ କାଳିଆପାଣି ଡାକ୍ତରଖାନାରେ ପହଞ୍ଚି ଶେଷଦର୍ଶନ କରିବା ସହ ଏହାକୁ ଅଂଶୁଘାତ ମୃତ୍ୟୁ ଦର୍ଶାଇ ସରକାରୀ ସହାୟତା ଦାବି କରିଛନ୍ତି।
ଯାଜପୁର ଜିଲ୍ଲାରେ ଅଂଶୁଘାତ ନେଲା ୩ ଜୀବନ!
Advertisment
Follow Us