ଯାଜପୁରସଦର: ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ଯାଜପୁର ଜିଲ୍ଲା ସ୍ବତନ୍ତ୍ର ପକ୍ସୋ ଅଦାଲତ ପକ୍ଷରୁ ଅଭିଯୁକ୍ତକୁ ୩ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏଥିସହ ୧୫ ହଜାର ଟଙ୍କା ଜରିମାନା କରାଯାଇଛି। ପୀଡ଼ିତାଙ୍କୁ ୫୦ ହଜାର ଟଙ୍କାର କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି।
ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅଞ୍ଚଳର ଜନୈକା ନାବାଳିକା (୧୩)ଙ୍କୁ ୨୦୨୨ ଏପ୍ରିଲ ୪ ତାରିଖରେ ଜରି ଗାଁର ସଂଜିତ ମଲ୍ଲିକ(୨୫) ଅସଦାଚରଣ କରିଥିଲେ। ନାବାଳିକାଙ୍କ ପାଟି ଶୁଣି ତାଙ୍କ ପରିବାର ସଦସ୍ୟ ପହଞ୍ଚିଯିବାରୁ ଅଭିଯୁକ୍ତଯୁବକ ସେଠାରୁ ଖସି ପଳାଇଥିଲା। ଏନେଇ ନାବାଳିକାଙ୍କ ବାପା ୧୩ ତାରିଖରେ ବିଂଝାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବିଂଝାରପୁର ପୁଲିସ ୨୮୫/୨୦୨୨ ରେ ବିଭିନ୍ନ ଦଫାରେ ମାମଲା ରୁଜୁ କରି ସଂଜିତକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଏହି ମାମଲାରେ ସ୍ବତନ୍ତ୍ର ପକ୍ସୋ ବିଚାରପତି ଜାନକୀ ବିଶ୍ବାଳ ୧୧ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ସଂଜିତକୁ ଦୋଷୀସାବ୍ୟସ୍ତ କରିବା ସହ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ମାମଲାରୁ ପିପି ରାଜୀବ ମହାନ୍ତି ପରିଚାଳନା କରୁଥିଲେ।
ନାବାଳିକାଙ୍କୁ ଅସଦାଚରଣ, ଯୁବକକୁ ୩ ବର୍ଷ ସଶ୍ରମ କାରାଦଣ୍ଡ, ୧୫ ହଜାର ଟଙ୍କା ଜରିମାନା
Advertisment
Follow Us