ରାସ୍ତାକଡ଼ରେ ଗୋ ମାଂସ ଫିଙ୍ଗା, ୫ ଗିରଫ

ଜାଲ୍‌ କାଗଜପତ୍ରରେ ବିଦେଶ ପଠାଇ ୩ ଗିରଫ

public.app

ଚଣ୍ଡିଖୋଲ: ଗୋ ମାଂସ ଭୋଜି ପରେ ବଳକା ମାଂସକୁ ରାସ୍ତାକଡ଼ରେ ଫିଙ୍ଗାଯିବା ଘଟଣାରେ ବାଲିଚନ୍ଦ୍ରପୁର ପୁଲିସ ଆଜି ୫ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ,ଗତ ୧ ତାରିଖ ବିଳମ୍ବିତ ରାତିରେ ଏହି ଥାନା ଅନ୍ତର୍ଗତ ଚାରିନଙ୍ଗଳ ପଞ୍ଚାୟତ ବାହାଦୁରନଗର ଗ୍ରାମର ପଟ୍ଟାମୁଣ୍ଡାଇ କେନାଲବନ୍ଧର କଳାଶ୍ରୀ ଦଳେଇ ସାହି ପର୍ଯ୍ୟନ୍ତ ରାସ୍ତା କଡ଼ରେ ରନ୍ଧା ଓ କଞ୍ଚା ଗୋ ମାଂସ ପଡ଼ିଥିଲା। ଆଜି ସକାଳେ ସ୍ଥାନୀୟ ଅଞ୍ଚଳର ଲୋକେ ଯାତାୟାତ ସମୟରେ ଏହା ଦେଖି ବିରକ୍ତି ପ୍ରକାଶ କରିଥିଲେ। ଏ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା।

ଏହାପରେ ଚାରିନଙ୍ଗଳ ଗ୍ରାମର ଜଣେ ମୁସଲିମ ବ୍ୟକ୍ତି ପହଞ୍ଚି ଗୋ ମାଂସକୁ ଉଠାଇ ଥିଲେ। ଯାଜପୁର ରୋଡ଼ ଏସ୍‌ଡିପିଓ ଓ ଥାନାଧିକାରୀ ପ୍ରମୋଦିନୀ ସାହୁ ଘଟଣାସ୍ଥଳକୁ ଯାଇ ଭୋଜି ସାମଗ୍ରୀ ସହିତ ଗୋ ମାଂସ ଜବତ କରିଥିଲେ। ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଥିବା ଥାନାଧିକାରୀ ପ୍ରମୋଦିନୀ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe