ଯାଜପୁର: ଅନାଥାଶ୍ରମରେ ୫ମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଯାଜପୁର: ଅନାଥାଶ୍ରମରେ ୫ମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଯାଜପୁର: ତଳକୁଣ୍ଡ ଫାଣ୍ଡି ଅଧିନ ବଳଦେବ ଜୀଉ ଅନାଥାଶ୍ରମରେ ରବିବାର ସନ୍ଧ୍ୟାରେ ଜଣେ ୫ମ ଶ୍ରେଣୀ ଛାତ୍ରୀ ଲକ୍ଷ୍ମୀ ମୁଣ୍ଡା (୧୧)ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ, ପୁଲିସ ଘଟଣାସ୍ଥଲରେ ପହଞ୍ଚି ତଦନ୍ତ ଜାରି ରଖିଛି। ଛାତ୍ରୀ ଜଣଙ୍କର ଶବ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ଆସିଛି। ସୋମବାର ଶବ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।

ମିଳିଥିବା ସୂଚନା ଅନୁସାରେ ଅନାଥାଶ୍ରମରେ ପିଲାମାନେ ସନ୍ଧ୍ୟାରେ ପ୍ରାର୍ଥନା କରୁଥିବା ବେଳେ, ଉକ୍ତ ଛାତ୍ରୀ ଜଣକ ପ୍ରାଥନା ଗୃହରେ ଅନୁପସ୍ଥିତ ଥିଲା। ଏନେଇ ଅନାଥାଶ୍ରମର କର୍ମଚାରୀ ଜାଣିବାକୁ ପାଇଲା ପରେ ଛାତ୍ରୀଜଣକୁ ଖୋଜା ଖୋଜି କରିଥିଲେ। ପରେ ଛାତ୍ରୀ ଜଣକ ଶୋଇବା ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିବା ଆଶ୍ରମର କର୍ମଚାରୀ ଦେଖିବାକୁ ପାଇଥିଲେ। ଏ ସମ୍ପର୍କରେ ପୁଲିସକୁ ସୂଚନା ଦିଆଯାଇଥିଲା।

ସୂଚନାଯୋଗ୍ୟ, ଲକ୍ଷ୍ମୀକୁ ୨୦୧୨ରେ ପାଣିକୋଇଲିରୁ ଉଦ୍ଧାର କରାଯାଇଥିଲା। ବାପା-ମାଆ ଛେଉଣ୍ଡ ଲକ୍ଷ୍ମୀ ସେତେବେଳେ ଘର ଘର ବୁଲି ମାଗି ଖାଉଥିଲା ଓ ଯେଉଁଠି ଜାଗା ପାଉଥିଲା ସେଇଠି ଶୋଉଥିଲା। ୩୦ ବର୍ଷର ପୁରୁଣା ଅନାଥାଶ୍ରମର କର୍ମଚାରୀମାନେ ଲକ୍ଷ୍ମୀକୁ ଉଦ୍ଧାର କରିଥିଲେ। ଘରୋଇ ସଂସ୍ଥା ଦ୍ୱାରା ପରିଚାଳିତ ଅନାଥାଶ୍ରମରେ ୫୦ଜଣ ଛାତ୍ର-ଛାତ୍ରୀ ରହୁଛନ୍ତି। ସେମାନେ ଆଶ୍ରମରେ ଥିବା ସ୍କୁଲରେ ପଢୁଛନ୍ତି। ଲକ୍ଷ୍ମୀ ଜଣେ ମେଧାବୀ ଛାତ୍ରୀ ଥିଲା। ସେ ଜିଲ୍ଲା ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ ୨ଥର ପୁରସ୍କାର ପାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe