ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ମାଡ଼ିଗଲା ଟ୍ରକ୍: ଶିଶୁର ମୃତ୍ୟୁ

ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ମାଡ଼ିଗଲା ଟ୍ରକ୍: ଶିଶୁର ମୃତ୍ୟୁ

ଯାଜପୁର: ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ଏକ ୬ ବର୍ଷର ଶିଶୁ ଉପରେ ମାଡ଼ିଗଲା ଟ୍ରକ୍। ଘଟଣାସ୍ଥଳରେ ଶିଶୁର ମୃତ୍ୟୁ ହୋଇଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ୍ ଅନ୍ତର୍ଗତ ଶାସନ୍ଦା ଗାଁରେ। ଏଠାରେ ଇଟା ବୋଝେଇ ଟ୍ରକ୍ ଧକ୍କାରେ ୬ ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି।

ମୃତ ନାବାଳକର ନାମ ସୁଭ୍ୟାଂନ ଖାନ୍ ବୋଲି ଜଣାଯାଇଛି। ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖା ଦେଇଛି। ବିଂଝାରପୁର ଥାନା ପୁଲିସ ଟ୍ରକକୁ ଜବତ କରିଥିବା ବେଳେ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe