ବାଉଁଶ ଉପରେ ଚଢ଼ି ନାଳ ପାରି ହେଉଥିଲେ ଛାତ୍ର, ଖସିପଡ଼ିବାରୁ ମୃତ୍ୟୁ

ଯାଜପୁର ବ୍ଲକ ସୁଜନପୁର ପଞ୍ଚାୟତରେ ଥିବା ଦୁଧେଇନାଳରେ ବୁଡ଼ି ଜଣେ ସ୍ଥାନୀୟ ନବମ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଛି। ତେବେ ନାଳର ଦୁର୍ଗାପୁର ଠାରେ ଗତ ମାସରେ ଥିବା ଏହି ପାଇଲ୍ ସେତୁ ଜଳ ପ୍ରବାହ ଯୋଗୁ ଭାଙ୍ଗି ଯାଇଥିଲା।

Untitled-32

ଯାଜପୁରସଦର: ଯାଜପୁର ବ୍ଲକ ସୁଜନପୁର ପଞ୍ଚାୟତରେ ଥିବା ଦୁଧେଇନାଳରେ ବୁଡ଼ି ଜଣେ ସ୍ଥାନୀୟ ନବମ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଛି। ତେବେ ନାଳର ଦୁର୍ଗାପୁର ଠାରେ ଗତ ମାସରେ ଥିବା ଏହି ପାଇଲ୍ ସେତୁ ଜଳ ପ୍ରବାହ ଯୋଗୁ ଭାଙ୍ଗି ଯାଇଥିଲା। ତେବେ ଆଜି ସେଠାରେ ଲାଗିଥିବା ବାଉଁଶ ଉପରେ ଚଢ଼ି ଛାତ୍ର ଜଣକ କୌଣସି କାର୍ଯ୍ୟରେ ନାମ ପାର ହେଉଥିବା ବେଳେ ଗୋଡ ଖସି ଯିବାକୁ ନାଳର ଗଭୀର ଜଳରେ ବୁଡି ଯାଇଥିଲେ।

ମୃତକ ଜଣକ ହେଲେ ଯାଜପୁର ସଦର ଥାନା ଯମଧର ଗ୍ରାମର ‌ସେକ୍ ବେଲାଲଙ୍କ ପୁଅ  ସେକ୍ ମୁକ୍ତାର(୧୪)। ସେ ଆଞ୍ଚଳିକ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ‌ର ଛାତ୍ର ଥିଲେ। ତାଙ୍କ ବୁଡି ଯିବା ଖବର ପାଇ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଛାତ୍ର ଜଣକକୁ ଡାକ୍ତର ମୃତ ଘୋଷଣା କରିଥିଲେ।

Jajpur 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe