ଓଲଟିଲା ଆଳୁ ବୋଝେଇ ଟ୍ରକ୍, ଲୋକେ ବୋହି ନେଇଗଲେ ଆଳୁ

Advertisment
ଓଲଟିଲା ଆଳୁ ବୋଝେଇ ଟ୍ରକ୍, ଲୋକେ ବୋହି ନେଇଗଲେ ଆଳୁ

ଯାଜପୁର: ଓଲଟିଲା ଆଳୁ ବୋଝେଇ ଟ୍ରକ୍, ଅଳ୍ପକେ ବର୍ତିଲେ ଡ୍ରାଇଭର। ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଛତିଆଠାରେ ଏକ ଆଳୁ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଓଲଟିପଡ଼ିଛି। କଟକ ଅଭିମୁଖେ ଯାଉଥିବା ଆଳୁ ବୋଝେଇ ଟ୍ରକଟି ଛତିଆ ଠାରେ ରାସ୍ତାରେ ଛିଡ଼ା ହୋଇଥିବା ଏକ ସିମେଣ୍ଟ ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଆଳୁ ବୋଝେଇ ଟ୍ରକଟି ରାସ୍ତା ତଳକୁ ଖସି ପଡ଼ିଥିଲା। ଅଳ୍ପକେ ଟ୍ରକ୍ ଡ୍ରାଇଭରଜଣକ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ହେଲେ ଟ୍ରକରେ ଯାଉଥିବା ଆଳୁ ରାସ୍ତା କଡ଼ରେ ଢାଳି ହୋଇ ଯାଇଥିଲା।

ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ଆଳୁ ବୋହି ନେଇଯାଇଥିଲେ। ଆଳୁ ନେବା ପାଇଁ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗି ରହିଥିବା ଦେଖିବାକୁ ମିଳିଥିଲା। ବୈରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଘଉଡ଼ାଇବା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe